Below header

ପୁଣି ପୋଲିସକୁ ମାଓବାଦୀଙ୍କ ଖୋଲାଖୋଲି ଚ୍ୟାଲେଞ୍ଜ: ଗତକାଲି ନୂଆପଡା ଓ ଆଜି ବାଲିଗୁଡ଼ାରେ ଲଗାଇଲେ ପୋଷ୍ଟର

ବାଲିଗୁଡ଼ା(କେନ୍ଯୁଜ୍): ପୁଣି ପୋଲିସକୁ ମାଓବାଦୀଙ୍କ ଖୋଲାଖୋଲି ଚ୍ୟାଲେଞ୍ଜ । ବାଲିଗୁଡ଼ା ବ୍ରହ୍ମପୁର – ରାୟପୁର ମୁଖ୍ୟ ରାସ୍ତାର ମଶାଣିପଦା ନିକଟରେ ମାଓ ପୋଷ୍ଟର ଲାଗିଛି । ଦୁଇଟି ଥାନା ଅଞ୍ଚଳରେ ପୋଷ୍ଟର ଓ ବ୍ୟାନର ଲଗାଇ ସ୍ଥିତି ଜାହିର କରିଛି ମାଓ ସଂଗଠନ । ସୂଚନା ମୁତାବକ KKBN ମାଓବାଦୀ ସଂଗଠନ ପକ୍ଷରୁ ବ୍ୟାନର ଲଗାଯାଇଥିବା ନେଇ ଉଲ୍ଲେଖ ରହିଛି । ଏହି ବ୍ୟାନରରେ ଆସନ୍ତା ୧୮ରୁ ୨୪ ପର୍ଯ୍ୟନ୍ତ ମାଓବାଦୀଙ୍କ ବନ୍ଦ ଡାକରା ନେଇ ଦର୍ଶାଯାଇଛି । ଏନେଇ ବନ୍ଦକୁ ସଫଳ କରିବାକୁ ଆହ୍ଵାନ ଦେଇଛି KKBN ମାଓ ସଂଗଠନ ।

ପୋଷ୍ଟରରେ ମାଓବାଦୀ ସଂଗଠନର ସହିଦଙ୍କୁ ଲାଲ ଜୁହାର ଜଣାଇଛି । ଏହାସହ ଏନ୍‌କାଉଣ୍ଟରରେ ସାମିଲ ଥିବା ପୋଲିସର ମୁଖ୍ୟ ସୂଚନାଦାତାଙ୍କୁ ଦଣ୍ଡ ଦେବାକୁ KKBN ମାଓ ସଂଗଠନ ଆହ୍ଵାନ ଦେଇଛି । ସୂଚନା ଯୋଗ୍ଯ ଗତକାଲି ନୂଆଗାଁ ଥାନା ବ୍ରହ୍ମପୁର-ରାୟପୁରର ମୁଖ୍ୟ ରାସ୍ତା କଞ୍ଜାମେଣ୍ଡିଠାରେ ପୋଷ୍ଟର ଲଗାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.