ଖୁଲମ୍‌ଖୁଲା ସହରରେ ବୁଲୁଛନ୍ତି ସିଂହ, ଭାଇରାଲ ହେଉଛି ଭିଡିଓ

ରାସ୍ତାରେ ଖୁଲମ୍‌ଖୁଲା ବୁଲୁଛନ୍ତି ସିଂହ। ନା’ ଡର ଅଛି ନା ଭୟ। କେବଳ ବୁଲୁନାହାନ୍ତି ତ ଆକ୍ରମଣ ବି କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଲୋକମାନେ ଘରେ ବନ୍ଦୀ ଥିବା ବେଳେ ଜଙ୍ଗଲୀ ଜୀବ ସହରକୁ କବ୍ଜା କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜରାଟର ଆମରେଲି ଜିଲ୍ଲାରେ।

ଏଠାରେ ଶନିବାର ରାତିରେ ଏକ ସିଂହପଲ ସହର ଭିତରକୁ ପଶି ଆସିଥିଲେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ୬ ଜଣିଆ ସିଂହପଲଙ୍କୁ ମୋରଜର ଗାଁ ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି। ଭିଡିଓରେ ଦେଖାଯାଇଛି ଯେ ଦୁଇଟି ସିଂହ ଏକ ଗଧକୁ ଆକ୍ରମଣ କରୁଛନ୍ତି।ପୋଲିସ ଓ ବନ ବିଭାଗ ପହଞ୍ଚି ସିଂହଙ୍କୁ ଧରିବାକୁ ଚେଷ୍ଟା ଚଳାଇଛନ୍ତି। ସୂଚନାଯୋଗ୍ୟ ଯେ ଗିର ଅଭୟାରଣ୍ୟରେ ପ୍ରାୟ ୧୦୦ଟି ସିଂହ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.