ପୁଣି ମହାନତା ଦେଖାଇଲେ ଯବାନ, ସାଥୀ କର୍ମୀଙ୍କ ମର ଶରୀର ଘରେ ପହଞ୍ଚାଇବା ପାଇଁ କାନ୍ଧରେ ବୋହି ବୋହି ନେଲେ

ମାଲକାନଗିରି(କେନ୍ଯୁଜ୍): ମୃତ୍ୟୁ କେତେବେଳେ ଆସେ କେହି କହିପାରେନା। ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଆମର ସୁରକ୍ଷା ପାଇଁ ସେମାନେ ବଣଜଙ୍ଗଲ ହେଉ କି ପାହାଡ଼ ପର୍ବତ କିମ୍ୱା ନଦୀ ନାଳ ସବୁକୁ ପାର କରି ଶତ୍ରୁକୁ ସଂହାର କରିବାକୁ ଆଗକୁ ବଢ଼ିଥାନ୍ତି। ଯେତେ ବାଧା ବିଘ୍ନ ଆସିଲେ ବି ତାକୁ ଖାତିର କରିନଥାନ୍ତି। ତେବେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ। ମାଓ ଦମନ ପାଇଁ ଭେଜି ଜଙ୍ଗଲରେ DRG ଯବାନ ଅପରେସନ କରିବା ସମୟରେ ଜଣେ DRG ଯବାନ ଦେହ ଖରାପରେ ଗୁରୁତର ହୋଇ ମୃତ୍ୟୁ ବରଣ କରିଥିଲେ।

ତେବେ ଲଗାଣ ବର୍ଷାରେ ଅନେକ ଅଞ୍ଚଳରେ ଏବେ ବନ୍ୟା ପରିସ୍ଥିତି ଦେଖାଯାଇଛି। ଏହି କାରଣରୁ ଗାଡିରେ ମୃତ ଦେହକୁ ଅନ୍ତିମ ସଂସ୍କାର କରିବାକୁ ନେବାକୁ ସମ୍ଭବ ନଥିଲା। ତେଣୁ CRPF 219 ବାଟାଲିୟନ ର ଯବାନ ଏହି DRG ଯବାନଙ୍କ ମର ଶରୀରକୁ କାନ୍ଧରେ ବୋହି ବିପଦପୂର୍ଣ୍ଣ ବନ୍ୟା ଜଳକୁ ପାର କରି ମୃତ ଶରୀରକୁ ଘରକୁ ପଠାଇବାକୁ ବ୍ୟବସ୍ଥା କରିଥିଲେ। ପାଦେ ପାଦେ ମାଓବାଦୀଙ୍କ ଭୟ ତା ସହ ବନ୍ୟା ପରିସ୍ଥିତିରେ ନିଜ ସାହାସିକତା ଏବଂ ମାନବିକତା ଦେଖାଇ ଉଦାହରଣ ପାଲଟିଛନ୍ତି CRPF ଯବାନ। ଏନେଇ ସାଧାରଣରେ ପ୍ରଶଂସାର ସୁଅ ଛୁଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.