Below header

ଟିକ୍‌ଟକ୍‌ ୟୁଜର୍ସଙ୍କ ପାଇଁ ଖୁସିଖବର, ଖୁବଶୀଘ୍ର ଫେସବୁକ୍‌ ଆଣିପାରେ ‘ସର୍ଟ ଭିଡିଓ’ ଆପ୍‌

ଟିକ୍‌ଟକ ୟୁଜରଙ୍କ ପାଇଁ ଖୁସି ଖବର। ଏବେ ଫେସବୁକ୍‌ରେ କରିପାରେ ସଟ୍‌ ଭିଡିଓ ରେକର୍ଡିଂ। ଫେସବୁକ ନିଜ ଆପ୍‌ରେ ଟିକଟକ ଭଳି ଏକ ସର୍ଟ ଭିଡିଓ ଫିଚର ଟେଷ୍ଟ କରୁଛି। ଫେସବୁକ୍‌ ଆପରେ ଏହା ପାଇଁ ଅଲଗା ‘ସଟ୍‌ ଭିଡିଓ’ ନାମରେ ଏକ ସେକ୍ସନ ମଧ୍ୟ ରହିଛି। ସବୁଠାରୁ ଖାସ୍‌ କଥା ହେଲା ଏଥିରେ ‘କ୍ରିଏଟ’ ବଟନ ମଧ୍ୟ ରହିଛି। ଏହି କ୍ରିଏଟ ବଟନ କ୍ଲିକ କରିବା ପର ଫେସବୁକ ଆପରେ କ୍ୟାମେରା ଓପନ ହୋଇଯିବ, ଯାହାଦ୍ୱାରା ଆପଣ ଟିକ୍‌ ଟକ୍‌ ଭଳି ଭିଡିଓ ସୁଟ୍‌ କରିପାରିବେ। ଏହାଛଡା ଅନ୍ୟ ୟୁଜର୍ସଙ୍କ ଭିଡିଓ ଦେଖିବା ପାଇଁ ଟିକଟକ୍‌ ଭଳି ଉପରକୁ ସ୍ୱାଇପ କରି ଆପଣ ଭିଡିଓ ଦେଖିପାରିବେ।

ସୂଚନାଯୋଗ୍ୟ, ଭାରତରେ ସରକାର ସଟ୍‌ ଭିଡିଓ ଆପ ଟିକଟକ୍‌କୁ ବ୍ୟାନ କରିଦେଇଛନ୍ତି। ଟିକ୍‌ଟକ୍‌ ଲୋକଙ୍କ ମଧ୍ୟରେ ବେଶ ଜଣାଶୁଣା। ତେଣୁ ଟିକ୍‌ଟକ୍‌ର ସ୍ଥାନ ପୂରଣ କରିବା ପାଇଁ ଫେସବୁକ୍‌ ଏହି ଫିଚର ଲଞ୍ଚ କରିଛି। ଏହା ପୂର୍ବରୁ ମଧ୍ୟ ମଧ୍ୟ ଫେସବୁକ ସର୍ଟ ଭିଡିଓ ଆପ୍‌ ଅଲଗା ଭାବେ ଲଞ୍ଚ କରିଥିଲା। ଏହାର ନାମ ଲାସୋ ରହିଥିଲା। କିନ୍ତୁ ଏହା ଲୋକପ୍ରିୟ ହୋିପାରିନଥିଲା। ଯାହା ପରେ ଫେସବୁକ୍‌ ଏହାକୁ ବନ୍ଦ କରିଦେଇଥିଲା।

fb

 

ଭାରତରେ ଟିକଟକ୍‌ ୟୁଜର୍ସ ସଂଖ୍ୟା ବହୁତ ଅଧିକ। ତେଣୁ ଭାରତରେ ଟିକଟକ୍‌ ବନ୍ଦ ହେବା ପରେ ଅନ୍ୟ କମ୍ପାନୀ ୟୁଜର୍ସଙ୍କୁ ଏଭଳି ପ୍ଲାଟଫର୍ମ ଦେବାକୁ ଚେଷ୍ଟା କରୁଛି କିନ୍ତୁ ଦେଉପାରୁନାହିଁ। ୟୁଟ୍ୟୁବ ମଧ୍ୟ ସର୍ଟ ଭିଡିଓ ନାମରେ ମଧ୍ୟ ସେକ୍ସନ ବନାଇଥିଲା। କିନ୍ତୁ ସେ ଏବେ ମଧ୍ୟ ଟେଷ୍ଟିଂରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.