ନୀଳ ମାଧବ ପଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ହାଲକା’ର ପ୍ରିମିୟର ସୋ

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଓ ପ୍ରଶଂସା ପାଇଥିବା ନୀଳ ମାଧବ ପଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ହାଲକା’ର ପ୍ରିମିୟର ସୋ ତଥା ସ୍ପେଶାଲ ସ୍କ୍ରିନିଂ ଭୁବନେଶ୍ୱର ମହାରାଜା ହଲରେ କରାଯାଇଛି । ଏହି ଅବସରରେ ଚଳଚ୍ଚିତ୍ର କଳାକାର, ଟେକ୍ନିସିଆନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ କିସ୍ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ନୀଳ ମାଧବ ପଣ୍ଡା ଓ ଅକ୍ଷୟ ପରିଜା ଫିଲ୍ମ ‘ହାଲକା’ର ପ୍ରଯୋଜନା କରୁଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ଶଙ୍କର-ଏହଶାନ୍-ଲୟ । ବସ୍ତିରେ ରହୁଥିବା ଜଣେ ଆଠ ବର୍ଷର ବାଳକ ଉପରେ ଫିଲ୍ମଟି ନିର୍ମାଣ କରାଯାଇଛି । ସିନେମାଟିରେ ଶିଶୁ କଳାକାର ଭାବେ ତଥାସ୍ତୁ ଅଭିନୟ କରିଥିବା ବେଳେ ଅନ୍ୟ ଭୁମିକାରେ ପାଓଲି ଡାମ୍ ଓ ରଣବୀର ସୋରି ଅଭିନୟ କରିଛନ୍ତି । ଉଭୟ ନିର୍ମାତା ଓ ନିର୍ଦ୍ଦେଶକ ଓଡିଆ ହୋଇଥିବା ବେଳେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହା ଓଡିଆଙ୍କ ପାଇଁ ସ୍ୱତନ୍ତ୍ର ମର୍ଯ୍ଯଦା ଆଣିଦେବ ବୋଲି ଫିଲ୍ମ ପ୍ରଯୋଜକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.