‘ପତି ପତ୍ନୀ ଔର ଓ୍ଵ’ର ଫାଷ୍ଟଲୁକ୍ ରିଲିଜ, କାର୍ତ୍ତିକ ବନିଲେ ଚିଣ୍ଟୁ ତ୍ୟାଗୀ
ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ଵ’ର ପ୍ରଥମ ଲୁକ୍ ରିଲିଜ ହୋଇଛି । ଅଭିନେତା କାର୍ତ୍ତିକ ଆର୍ୟ୍ୟନ ଏଥିରେ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ନାୟିକା ସାଜିଛନ୍ତି ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡେନକର।
ଏଥିରେ କାର୍ତ୍ତିକଙ୍କ ଚରିତ୍ରର ନାମ ରହିଛି ଚିଣ୍ଟୁ ତ୍ୟାଗି। ଭୂମି ତାଙ୍କର ସ୍ତ୍ରୀ ଏବଂ ଅନନ୍ୟା ସେକ୍ରେଟାରୀ ଭୂମିକାରେ ନଜର ଆସିବେ। ପୋଷ୍ଟରରେ କାର୍ତ୍ତିକଙ୍କ ଲୁକ୍ ସାଧାସିଧା ଲାଗୁଛି। ସେହିଭଳି ଭୂମି ଜଣେ ଶିକ୍ଷୟତ୍ରୀ ଭଳି ହାତରେ ବହି ଧରିଛନ୍ତି। ଅପରପକ୍ଷେ ଅନନ୍ୟା ଆଧୁନିକା ଚରିତ୍ରରେ ଦେଖାଯାଉଛନ୍ତି। ପୋଷ୍ଟର ରିଲିଜ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ବଢ଼ିଯାଇଛି। ଅନେକ ଫିଲ୍ମର ରିଲିଜ ଡେଟ୍କୁ ଅପେକ୍ଷା କରିଛନ୍ତି।