Below header

ରିଲିଜ୍‌ ହେଲା ଫିଲ୍ମ ‘ଜିରୋ’ର ନୂଆ ପ୍ରୋମୋ

ରିଲିଜ୍‌ ହୋଇଛି ଶାହାରୁଖଙ୍କ ଅପକମିଂ ଫିଲ୍ମ ଜିରୋର ନୂଆ ପ୍ରୋମୋ। ଏହି ପ୍ରୋମୋରେ ଶାହାରୁଖ କମ୍‌ ହାଇଟ ପାଇଁ ଜୀବନରେ କିପରି ଷ୍ଟ୍ରଗଲ କରୁଛନ୍ତି, ତାହା ଦେଖିବାକୁ ମିଳିଛି। ଫିଲ୍ମରେ ବଉଆ ସିଂ ଚରିତ୍ରରେ ନଜର ଆସୁଛନ୍ତି ଶାହାରୁଖ। କମ୍‌ ହାଇଟର ହୋଇ ମଧ୍ୟ ନିଜ ପାଇଁ ଖୁବ୍‌ ଗ୍ଲାମରସ ଜୀବନସାଥୀ ସନ୍ଧାନ କରୁଛନ୍ତି ବଉଆ।

zero-promo ଫିଲ୍ମର ଏହି ପ୍ରୋମୋକୁ ଶାହାରୁଖ ନିଜ ଟ୍ଵିଟର ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି। ଏହା ସହ ଶାହାରୁଖ ପୋଷ୍ଟରେ ଲେଖିଛନ୍ତି, ବଉୟା ସିଂଙ୍କ ଏହି ଝଲକ ଟିକେ ସମ୍ଭାଳିକି ଦେଖିବେ। ନଚେତ୍‌ ଆପଣଙ୍କୁ ପ୍ରେମ ହୋଇଯିବ। ଫିଲ୍ମରେ ଶାହାରୁଖଙ୍କ ବ୍ୟତୀତ କ୍ୟାଟ୍ରିନା ଓ ଅନୁଷ୍କା ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମରେ ଅନୁଷ୍କା ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି କ୍ୟାଟ୍ରିନା କୈଫ୍‌ଙ୍କୁ ଫିଲ୍ମଷ୍ଟାର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଦୁଇ ନାୟିକାଙ୍କ ସହ ରୋମାନ୍ସ କରୁଛନ୍ତି ଶାହରୁଖ । ଚଳିତବର୍ଷ ଡିସେମ୍ବର ୨୧ରେ ରିଲିଜ ହେବ ଫିଲ୍ମ ଜିରୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.