କର୍କଟରେ ପୀଡ଼ିତ ବଲିଉଡ୍ ମହିଳା ଫିଲ୍ମ ନିର୍ମାତା କଳ୍ପନା ଲାଜମିଙ୍କ ପରଲୋକ

ମୁମ୍ବାଇ : ଫିଲ୍ମ ପ୍ରଯୋଜିକା ତଥା ନିର୍ଦ୍ଦେଶିକା କଳ୍ପନା ଲାଜମିଙ୍କ ପରଲୋକ । ରୁଦାଲି, ଚିଙ୍ଗାରି, ଏକ ପଲ, ଦରମିୟା ଓ ଦାମନ ଭଳି ମହିଳାଙ୍କ ଉପରେ ଆଧାରିତ ସିନେମା ନିର୍ମାଣ କରି ଚର୍ଚ୍ଚିତ ହୋଇଥିଲେ । ୨୦୦୬ରେ ତାଙ୍କର ଅନ୍ତିମ ଫିଲ୍ମ ଥିଲା ଚିଙ୍ଗାରି । ଏଥିରେ ମିଥୁନ ଚକ୍ରବର୍ତ୍ତୀ, ସୁସ୍ମିତା ସେନ୍ ପ୍ରମୁଖ ଅଭିନୟ କରିଥିଲେ । ସେ ଅନେକ ଦିନ ହେଲା କିଡନୀ କର୍କଟ ରୋଗରେ ପୀଡ଼ତ ଥିଲେ । ଆଜି ଭୋର ୪.୩୦ରେ ମୁମ୍ବାଇର କୋକିଲାବେନ୍ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରଲୋକ ସମ୍ପର୍କରେ ବିଭିନ୍ନ ଅଭିନେତା, ଅଭିନେତ୍ରୀ ଏବଂ ତାଙ୍କ ସମ୍ପର୍କୀୟମାନେ ଟ୍ବିଟ୍ କରିଛନ୍ତି । ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ସହକାରୀ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ କଳ୍ପନା । ନିଜର ସଫଳ ଫିଲ୍ମଗୁଡ଼ିକ ପାଇଁ ସେ ନିର୍ଦ୍ଦେଶିକା ଓ କାହାଣୀକାର ଭାବେ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି । ସେ ଅସୁସ୍ଥ ଥିବା ସମୟରେ ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ବଲିଉଡର ଅନେକ ବ୍ୟକ୍ତି ବିଶେଷ ଆର୍ଥିକ ସହାୟତା ଦେଇଥିଲେ ।

କଳ୍ପନା ହେଉଛନ୍ତି ଆସାମ ନିବାସୀ ଏବଂ ପ୍ରଖ୍ୟାତ ସଂଗୀତକାର ଭୂପେନ ହଜାରିକାକଙ୍କ ପତ୍ନୀ । ୨୦୧୧ରେ ଭୂପେନ ହଜାରିକା ଏହି କୋକିଲାବେନ୍ ହସପିଟାଲରେ ଦେହତ୍ୟାଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.