ରାଫେଲ ବିବାଦକୁ ନେଇ ରାଜନୀତି, “କଂଗ୍ରେସର ସମସ୍ତ ଅଭିଯୋଗ ଭିତ୍ତିହୀନ”, ଅରୁଣ ଜେଟ୍‌ଲୀ

ନୂଆଦିଲ୍ଲୀ : ରଦ୍ଦ ହେବନି ରାଫେଲ ଡିଲ୍‌ । କଂଗ୍ରେସର ସମସ୍ତ ଅଭିଯୋଗ ଭିତ୍ତିହୀନ । ରାଫେଲ୍‌ ବିବାଦକୁ ନେଇ ରାଜନୀତି ପାଣିପାଗ ଉଷୁମ ଥିବା ବେଳେ ଏକଥା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ । ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସୱା ଓଲାନ୍ଦଙ୍କ ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ଥିବା ବେଳେ ଜେଟ୍‌ଲୀ କହିଛନ୍ତି, ଏହା ଏକ ସୁଚିନ୍ତିତ ଯୋଜନା । ଦୁଇ ଦେଶର ବିରୋଧୀ ଆଣୁଥିବା ଅଭିଯୋଗ ବିଶ୍ୱାସଯୋଗ୍ୟ ନୁହେଁ ।

ରାଫେଲ୍‌ ଡିଲ୍‌କୁ ନେଇ ଏନ୍‌ଡିଏ ସରକାର ବିରୋଧରେ ରାହୁଲ ଆଣିଥିବା ଅଭିଯୋଗ ଓ ଫ୍ରାନ୍ସଓ୍ଵା ଓଲାନ୍ଦଙ୍କ ମନ୍ତବ୍ୟ ଭିତରେ କିଛି ଲିଙ୍କ୍‌ର ଗନ୍ଧ ବାରିଛନ୍ତି କେନ୍ଦ୍ର ସରକାର । କାରଣ ଗତ ଅଗଷ୍ଟ ୩୦ ତାରିଖରେ ରାହୁଲ ଗାନ୍ଧି ଏମିତି କିିଛି ଇସାରା ଦେଇଥିଲେ । ସେ ଟ୍ଵିଟ୍‌ କରିଥିଲେ ଯେ, ଆଗକୁ କିଛି ଦିନ ଭିତରେ ଏକ ବଡ଼ ଧମାକା ହେବାର ଅଛି । ରାହୁଲଙ୍କ ଟ୍ଵିଟ୍‌ର ଦିନି କେଇଟା ଭିତରେ ଫ୍ରାନ୍ସଓ୍ଵା ଓଲାନ୍ଦଙ୍କ ବୟାନ ପଛରେ ଏକ ବଡ଼ ଷଡଯନ୍ତ୍ର ରହିଛି ।

jaitley-rahul

ଜାତୀୟ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏକଥା କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ । ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସଓ୍ଵା ଓଲାନ୍ଦ ସେଠାକାର ଗଣମାଧ୍ୟମରେ ଚାଞ୍ଚଲ୍ୟକର ଖୁଲ୍ଲାସା କରିଥିଲା । ସେ କହିଥିଲେ, ରାଫେଲ ଚୁକ୍ତିରେ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କଂପାନୀକୁ ଚୟନରେ ତାଙ୍କ ସରକାରଙ୍କ ଭୂମିକା ନଥିଲା । ଭାରତ ସରକାର ଯାହାର ନାଁ ସୁପାରିଶ କରିଥିଲେ, ତାକୁ ଚୟନ କରିଥିଲା ଦସୋଲ୍ଟ ଏଭିଏସନ୍‌ । ଓଲାନ୍ଦଙଙ୍କ ମନ୍ତବ୍ୟ ପରେ ଆଟାକିଂ ମୁଡ୍‌କୁ ଚାଲି ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସିଧା ସିଧା କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଟାର୍ଗେଟ କରିଛନ୍ତି । ଅନୀଲ ଅମ୍ବାନୀଙ୍କ କଂପାନୀକୁ କଣ୍ଟ୍ରାକ୍ଟ ମିଳିବା ନେଇ, ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି । କାହିଁକି  ଏପ୍ରସଙ୍ଗରେ ମୌନ ମୋଦି ବୋଲି ପ୍ରଶ୍ନ କରିଥିଲେ ରାହୁଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.