ଏହି କାରଣରୁ ଜୁହି ଚାୱଲାଙ୍କ ପିଲା ଦେଖନ୍ତି ନାହିଁ ତାଙ୍କ ଫିଲ୍ମ

ଜୁହି ଚାୱଲା ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଜୁହି ମଡେଲିଂରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ, ଏବଂ ପରେ 1984 ରେ ମିସ୍ ଇଣ୍ଡିଆ ଟାଇଟଲ୍ ପାଇଥିଲେ । ଜୁହି ଚାୱଲା 1995 ମସିହାରେ ବ୍ୟବସାୟୀ ଜୟ ମେହେତାଙ୍କୁ ଗୁପ୍ତରେ ବିବାହ କରିଥିଲେ ।

ଜୁହି ଚାୱଲାଙ୍କର ଦୁଇଟି ସନ୍ତାନ ଜାହ୍ନବୀ ଏବଂ ଅର୍ଜୁନ ଅଛନ୍ତି । ତାଙ୍କ ପିଲାମାନେ ଲାଇମଲାଇଟ୍ ଦୁନିଆକୁ ଆଦୌ ପସନ୍ଦ କରନ୍ତି ନାହିଁ । ଜୁହିଙ୍କ ପିଲାମାନେ କୌଣସି ବଲିଉଡ ପାର୍ଟୀରେ ମଧ୍ୟ ଦେଖାଯାନ୍ତି ନାହିଁ । ନିକଟରେ ଏକ ସାକ୍ଷାତକାରରେ ଜୁହି ଚାୱଲା ତାଙ୍କର ଦୁଇ ସନ୍ତାନ ଜାହ୍ନବୀ ମେହେତା ଏବଂ ଅର୍ଜୁନ ମେହେତାଙ୍କ ବିଷୟରେ କହିଥିଲେ ।

ଜୁହିଙ୍କୁ ପଚରାଯାଇଥିଲା ଯେ ତୁମେ କାହିଁକି ପିଲାମାନଙ୍କୁ ଲାଇମଲାଇଟ୍ ଠାରୁ ଦୂରରେ ରଖୁଛ ? ଏଥିପାଇଁ ସେ କହିଛନ୍ତି ଯେ ମୁଁ ଏହିପରି କୌଣସି ଜିନିଷକୁ କେବେ ବି ପ୍ରତ୍ୟାଖ୍ୟାନ କରି ନାହିଁ ନା ତାଙ୍କୁ ସୋସିଆଲ ମିଡିଆଠୁ ଦୁରେଇ ରଖିଛି । ସେମାନଙ୍କର ଇଣ୍ଟରନେଟ୍ ସୁବିଧା ଅଛି କିନ୍ତୁ ଯଦି ସେମାନେ ନିଜେ ସୋସିଆଲ ମିଡିଆର ଅଂଶ ହେବାକୁ ଚାହାଁନ୍ତି ନାହିଁ । ତେବେ ମୁଁ ସେମାନଙ୍କୁ କିପରି ବାଧ୍ୟ କରିପାରିବି ?

 

View this post on Instagram

 

A post shared by Juhi Chawla (@iamjuhichawla)


ସେ ଆହୁରି କହିଛନ୍ତି, ଯଦିଓ ସେମାନେ ମୋ ସହିତ ବାହାରକୁ ଯାଆନ୍ତି କିନ୍ତୁ ଯେତେବେଳେ ଲୋକମାନେ ମୋତେ ଅଟକାନ୍ତି କିମ୍ବା ମୋ ସହ କଥା ହୁଅନ୍ତି ନଚେତ ଫଟୋ ନିଅନ୍ତି ସେତେବେଳେ ଜାହ୍ନବୀ ଏବଂ ଅର୍ଜୁନ ନିଜକୁ ବହୁତ ଅସହଜ ମନେ କରନ୍ତି ଏବଂ ମୋ ସହିତ ଅଧିକ ସମୟ ରହିବାକୁ ପସନ୍ଦ କରନ୍ତି ନାହିଁ । ଏପରିକି ସେମାନେ ମୋର ଚଳଚ୍ଚିତ୍ର ବି ଦେଖନ୍ତି ନାହିଁ । ମୋ ପୁଅ କୁହେ ଯେ ମୁଁ ତୁମର ଚଳଚ୍ଚିତ୍ର ଦେଖେନି କାରଣ ତୁମକୁ ପରଦାରେ ଅନ୍ୟ କାହାସହ ଦେଖିଲେ ମୋତେ ଅଜବ ଲାଗେ ।

ସୂଚନା ଅନୁଯାୟୀ ଜୁହି 1986 ମସିହାରେ ଚଳଚ୍ଚିତ୍ର ସୁଲତାନରେ ବଲିଉଡରେ ଡେବ୍ୟୁ କରିଥିଲେ । ଚଳଚ୍ଚିତ୍ରଟି ଏକ ସୁପରଫ୍ଲପ୍ ଥିଲା । 2 ବର୍ଷ ପରେ ସେ ଫିଲ୍ମ ‘କୟାମତ ସେ କୟାମତ ତକ’ରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟି ଏକ ବ୍ଲକବୁଷ୍ଟର ଥିଲା ଏବଂ ଜୁହି ରାତାରାତି ଫେମସ ହୋଇଯାଇଥିଲେ ତା’ପରେ ସେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.