Below header

‘ଫୁକ୍‌ରେ’ ଫିଲ୍ମର ଏହି ଅଭିନେତାଙ୍କ ନିଧନ, ଟ୍ଵିଟ୍‌ କରି ସୂଚନା ଦେଲେ ଫରହାନ୍‌ ଅଖତର

‘ଫୁକ୍‌ରେ’ ଫିଲ୍ମରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ମନ ଜିତିଥିବା ଅଭିନେତା ଓଲାନୋକିଓଟନ୍‌ ଗୌଲାବୋ ଲ୍ୟୁକସ୍‌ଙ୍କ ପରଲୋକ ଘଟିଛି। ଲ୍ୟୁକସ୍‌ ଉଭୟ ଫୁକ୍‌ରେ ଓ ଫୁକ୍‌ରେ ରିଟର୍ଣ୍ଣସ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଓଲାନୋକିଓଟନ୍‌ ଗୌଲାବୋ ଲ୍ୟୁକସ୍‌ଙ୍କୁ ଫିଲ୍ମରେ ଡନ୍‌ ଭୂମିକାରେ ଅଭିନୟ କରୁଥିବା ରିଚା ଚଢ଼ାଙ୍କ ବଡିଗାର୍ଡ ଭାବେ ଦେଖିବାକୁ ମିଳିଥିଲା।

ଓଲାନୋକିଓଟନ୍‌ ଗୌଲାବୋ ଲ୍ୟୁକସ୍‌ଙ୍କ ନିଧନର ଖବର ଫୁକ୍‌ରେ ଫିଲ୍ମର ନିର୍ମାତା ତଥା ବଲିଉଡ୍‌ ଅଭିନେତା ଫରହାନ୍‌ ଅଖତର ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଅଭିନେତାଙ୍କ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଫଟୋରେ ସେ କ୍ୟାପସନ୍‌ ଲେଖିଛନ୍ତି, ମୋ ପ୍ରିୟ କାଷ୍ଟ ମେମ୍ବର ଓଲାନୋକିଓଟନ୍‌ ଗୌଲାବୋ ଲ୍ୟୁକସ୍‌ଙ୍କ ନିଧନ ହୋଇଛି। ସେ ‘ଫୁକ୍‌ରେ’ରେ ବବି ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ପରିବାରକୁ ମୋର ଗଭୀର ସମବେଦନା। ଆପଣ ସବୁବେଳେ ମନେ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.