୨୪ ଘଣ୍ଟାରେ ରାଜ୍ୟରେ ୧୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଓ ଜଣକର ଗଲା ପ୍ରାଣ

କେନ୍ୟୁଜ୍(ବ୍ୟୁରୋ):  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ  ୧୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬ ଜଣ କ୍ବାରେଣ୍ଟାଇନରୁ ଥିବା ବେଳେ ୭୭ ଜଣ ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଛନ୍ତି।  ଆକ୍ରାନ୍ତଙ୍କ ମଧ୍ୟରେ  ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୬ ଜଣ, ବରଗଡ଼ରୁ ୧୦ ଜଣ, ବୌଦ୍ଧ ରୁ ଜଣେ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୩ ଜଣ, କଟକରୁ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ଦେବଗଡ଼ରୁ ୨ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ଜଣେ, ଯାଜପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୧୧ ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୪ଜଣ, କେନ୍ଦୁଝରରୁ ୩ଜଣ, ଖୋର୍ଦ୍ଧାରୁ ୧୯ଜଣ, ମୟୂରଭଞ୍ଜରୁ୮ ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୧୮ ଜଣ, ପୁରୀରୁ ୧୩ ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୮ ଜଣ ଓ ଷ୍ଟେଟ୍ ପୁଲରୁ ୬ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଜଣେ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି।

ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୩୧୦ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୨୯ ହଜାର ୩୧୮ ଜଣ ଓ  ସକ୍ରିୟ ଅଛନ୍ତି ୨୦୩୯ଜଣ। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.