ସୁକନ୍ୟା ସମୃଦ୍ଧି ଆକାଉଣ୍ଟ : ପୋଷ୍ଟ ଅଫିସ ଆକାଉଣ୍ଟରେ ଏପରି ଜମା କରନ୍ତୁ ଟଙ୍କା, ଜାଣନ୍ତୁ ପୂରା ପ୍ରୋସେସ୍‌

ସୁକନ୍ୟା ସମୃଦ୍ଧି ଯୋଜନା ଏକ ଲୋକପ୍ରିୟ ନିବେଶ ବିକଳ୍ପ ଅଟେ। ଏହି ଯୋଜନାରେ ବାପା ମାଆ ନିଜ ପିଲାର ଉତ୍ତମ ଭବିଷ୍ୟତ ପାଇଁ ଟଙ୍କା ନିବେଶ କରନ୍ତି। ସରକାରଙ୍କ ଏହି ବଢ଼ିଆ ଯୋଜନାରେ ୭.୬% ସୁଧ ମିଳିଥାଏ। ଏହାର ମ୍ୟାଚୁରିଟୀ ପିରିୟଡ୍‌ ୨୧ ବର୍ଷ ଏବଂ ନିବେଶ ଅବଧି ୧୫ ବର୍ଷ ରହିଛି। ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲିବାର ସାମାନ୍ୟ ବୟସ ସୀମା ରହିଛି ଜନ୍ମରୁ ୧୫ ବର୍ଷ। ଏହାସହିତ ଖାତା ଖୋଲିବା ପାଇଁ ଆପଣ ଭାରତୀୟ ହୋଇଥିବା ଦରକାର। ଯେତେବେଳେ ପିଲାର ବୟସ ୧୮ ବର୍ଷ ହୋଇଯିବ ସେତେବେଳେ ସେ ହୋଇଯିବେ ଖାତାଧାରକ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (IPPB) ମାଧ୍ୟମରୁ କେମିତି ସୁକନ୍ୟା ସମୃଦ୍ଧି ଖାତାକୁ କରିବେ ଟଙ୍କା ଟ୍ରାନ୍ସଫର ଜାଣନ୍ତୁ

  • ନିଜ ବ୍ୟାଙ୍କ ଖାତାରୁ ଆଇପିପିବି ଖାତା ସହିତ ଟଙ୍କା ଯୋଡନ୍ତୁ।
  • ଡିଓପି ଉତ୍ପାଦକୁ ଯାଆନ୍ତୁ। ସେଠାରେ ସୁକନ୍ୟା ସମୃଦ୍ଧି ଖାତାକୁ ଚୟନ କରନ୍ତୁ।
  • ନିଜର ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ନମ୍ବର ଏବଂ ଡିଓପି ଗ୍ରାହକ ଆଇଡି ନମ୍ବର ଲେଖନ୍ତୁ।
  • କିସ୍ତି ଅବଧି ଏବଂ ଟଙ୍କା ଚୟନ କରନ୍ତୁ।
  • ଆଇପିପିବି ଆପଣଙ୍କୁ ମୋବାଇଲ ଆପ୍ଲିକେସନ ମାଧ୍ୟମରେ କରାଯାଇଥିବା ସଫଳ ପେମେଣ୍ଟ ଟ୍ରାନ୍ସଫର ପାଇଁ ସୂଚିତ କରିବ।

DakPay Digital Payments App

ନିକଟରେ ସରକାର ଡାକପେ ଡିଜିଟାଲ ପେମେଣ୍ଟ ଆପ୍‌ ଲଞ୍ଚ କରିଛନ୍ତି। ଏହାର ଉପଯୋଗ ଡାକଘର ଏବଂ ଆଇପିପିବି ଗ୍ରାହକ ମଧ୍ୟ କରିପାରିବେ। DakPay ଇଣ୍ଡିଆ ପୋଷ୍ଟ ଏବଂ ଆଇପିପିବି ପକ୍ଷରୁ ଦିଆଯାଇଥିବା ଡିଜିଟାଲ ଆର୍ଥିକ ଏବଂ ସହାୟକ ବ୍ୟାକିଙ୍ଗ୍‌ ସେବା ଦେଇଥାଏ।

ଏହା ଜରିଆରେ ଟଙ୍କା ପଠାଇବା, କ୍ୟୁଆର କୋଡକୁ ସ୍କାନ କରିବା ଭଳି ଡିଜିଟାଲ ପେମେଣ୍ଟ ସେବା ପାଇପାରିବେ।

ଅନଲାଇନ୍‌ କେମିତି ଚେକ୍‌ କରିବେ SSY  ଆକାଉଣ୍ଟ ବାଲାନ୍ସ

  1. ନିଜର ସମ୍ବନ୍ଧିତ ବ୍ୟାଙ୍କରେ ଆବେଦନ କରନ୍ତୁ ଏବଂ ନିଜର ଖାତା ଲଗଇନ କରନ୍ତୁ। ଏହାପୂର୍ବରୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କିଛି ବ୍ୟାଙ୍କ୍‌ ନିଜର ଖାତାଧାରକଙ୍କୁ SSY ଆକାଉଣ୍ଟରେ ବାଲାନ୍ସ ଚେକ୍‌ କରିବାକୁ ଦେଉଛି।
  2. ନିଜର ଲଗଇନ୍‌ କ୍ରେଡେନସିଆଲ ଉପଯୋଗ କରି ବ୍ୟାଙ୍କର ଇଣ୍ଟରନେଟ ବ୍ୟାକିଙ୍ଗ ପୋର୍ଟାଲରେ ଲଗଇନ୍‌ କରନ୍ତୁ।
  3. ଲଗଇନ୍‌ ହେବା ପରେ ହୋମପେଜକୁ ଯାଆନ୍ତୁ। ଆପଣ ଏଥିରେ ଶେଷ ରାଶି ଚେକ୍‌ ବି କରିପାରିବେ। ଆପଣ ଏହାକୁ ନିଜ ଖାତାର ଡ୍ୟାସବୋର୍ଡରେ ବି ଦେଖିପାରିବେ।
  4. ଏହି ପ୍ରକ୍ରୀୟା ମାଧ୍ୟମରେ ଆପଣ କେବଳ ନିଜ ଖାତାର ଶେଷ ରାଶି ଦେଖିପାରିବେ। ଆପଣ ଏହି ପୋର୍ଟାଲ ମାଧ୍ୟମରେ ଲେଣ ଦେଣ ଦେଖିପାରିବେନାହିଁ।
  5. ସୁକନ୍ୟା ସମୃଦ୍ଧି ଫିକ୍ସଡ-ଇନକମ୍‌ ଇନଷ୍ଟମେଣ୍ଟସର ସବୁଠାରୁ ଅଧିକ ପେମେଣ୍ଟ କରୁଥିବା ସୁଧ ଦର ଯୋଜାନରେ ମଧ୍ୟରୁ ଗୋଟିଏ। ୧୫ ବର୍ଷ ପାଇଁ ଗୋଟେ ବର୍ଷରେ ପ୍ରତି ମାସ ୨,୫୦୦ ଟଙ୍କା ନିବେଶ କରି ଆପଣ ୧୨.୭ ଲକ୍ଷ ଟଙ୍କା ପରିପକ୍ୱତା ବା ମ୍ୟାଚୁରିଟୀ ଟଙ୍କା ପାଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.