ଯେବେ ପ୍ରତିଶୃତି ଓ ପ୍ରେମ ମଝିରେ ଫସିଯାଇଥିଲେ ଗୋବିନ୍ଦା, ନୀଲମଙ୍କୁ କରିବାକୁ ଚାହୁଁଥିଲେ ବିବାହ, ଗୋଟିଏ ଫୋନ୍‌ କଲ୍‌ ବଦଳାଇ ଦେଲା ଜୀବନ

ବଲିଉଡ ଅଭିନେତା ଗୋବିନ୍ଦା ନିଜର ପ୍ରଫେସନାଲ ଲାଇଫ ବ୍ୟତୀତ ନିଜର ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି । ୯୦ ଦଶକରେ ଗୋବିନ୍ଦା ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ । ତାଙ୍କ ସହ କାମ କରିବା ପାଇଁ ବଡ଼ ବଡ଼ ଅଭିନେତ୍ରୀ ତରସୁ ଥିଲେ ।

ବିବାହ ପରେ ଗୋବିନ୍ଦାଙ୍କ ନାମ ବହୁ ଅଭନେତ୍ରୀଙ୍କ ଯୋଡା ଯାଇଥିଲା । ଗୋବିନ୍ଦା ଓ ନୀଲମଙ୍କ ପ୍ରେମକୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା । କୁହାଯାଉଥିଲା ଗୋବିନ୍ଦା,ନୀଲମଙ୍କୁ ବହୁତ ଭଲ ପାଉଥିଲେ । ହେଲେ ସୁନୀତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଯୋଗୁ ସମ୍ପର୍କକୁ ନେଇ ଆଗକୁ ବଢ଼ି ପାରୁନଥିଲେ ।

ପ୍ରଥମ ଦେଖାରେ ହୋଇଥିଲା ପ୍ରେମ

ମିଡିଆ ରିପୋର୍ଟ ଅନୁଯାୟୀ, ନୀଲମଙ୍କୁ ପ୍ରଥମ ଦେଖାରେ ଗୋବିନ୍ଦାଙ୍କୁ ପ୍ରେମ ହୋଇ ଯାଇଥିଲା । ନୀଲମଙ୍କ ସହ ତାଙ୍କର ପ୍ରଥମ ପ୍ରେମ ୧୯୮୬ ରେ ଫିଲ୍ମ ‘ଇଲଜାମ’ ସେଟରେ ହୋଇଥିଲା । ଗୋବିନ୍ଦା ନୀଲମଙ୍କ ସୌନ୍ଦର୍ଯ୍ୟରେ ଫିଦା ହୋଇଯାଇଥିଲେ ।

ପ୍ରଥମେ ପ୍ରେମ ତାଙ୍କର ଏକ ତରଫା ଥିଲା । ହେଲେ ପରେ ନୀଲମ ବି ତାଙ୍କୁ ପ୍ରେମ କରି ବସିଥିଲେ । ଉଭୟଙ୍କ ମଧ୍ୟରେ ଷ୍ଟାଟସ ଅନ୍ତରାୟ ସୃଷ୍ଟି କରୁଥିବା ବେଳେ ନୀଲମ ପ୍ରେମ ପାଇଁ ଗୋବିନ୍ଦାଙ୍କୁ ସ୍ୱୀକାର କରିଥିଲେ ।

ଏକ ଇଣ୍ଟରଭ୍ୟୁରେ ଗୋବିନ୍ଦା କହିଥିଲେ, ନୀଲମ ଏପରି ଝିଅ ଥିଲେ,ଯେ କେହି ତାଙ୍କୁ ପ୍ରେମ କରି ବସିବେ । ହେଲେ ସୁନୀତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଇଁ ସେ ବଡ଼ ଦ୍ୱିଧାରେ ଥିଲେ ।
ଗୋବିନ୍ଦା ବିବାହ କରିବାକୁ ଚାହୁଁଥିଲେ ସୁନୀତାଙ୍କୁ । ହେଲେ ନୀଲମଙ୍କୁ ଭୁଲିବା କଷ୍ଟକର ଥିଲା । ଏହାକୁ ନେଇ ସୁନୀତା ଓ ନୀଲମଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ୫ ଦିନ ଯାଏ ଦୁହେଁ କଥା ହୋଇ ନଥିଲେ ।

ଏହି ସମୟରେ ଗୋବିନ୍ଦା ନୀଲମଙ୍କୁ ବିବାହ ପାଇଁ ସ୍ଥିର କରି ନେଇଥିଲେ । ହେଲେ ଦିନେ ସୁନୀତାଙ୍କ ପାଖରୁ ଗୋବିନ୍ଦାଙ୍କୁ କଲ ଆସିଲା । ଯଦି କଲ ଆସି ନଥାନ୍ତା ହୁଏତ ଗୋବିନ୍ଦା ନୀଲମଙ୍କୁ ବିବାହ କରି ଦେଇଥାନ୍ତେ । ସୁନୀତାଙ୍କ ଫୋନ କଲ ନୀଲମଙ୍କ ବିବାହରେ ପୂର୍ଣ୍ଣଛେଦ ପକାଇ ଦେଇଥିଲା । ଏ କଥା ଗୋବିନ୍ଦା ଏକ ଇଣ୍ଟରଭ୍ୟୁରେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.