ଦୀର୍ଘ ୧୦ ବର୍ଷ ପରେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେଲେ ଗୁରମିତ-ଦେବୀନା, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ଟିଭି ଇଣ୍ଡଷ୍ଟ୍ରିରେ ଏମିତି କିଛି ଚର୍ଚ୍ଚିତ ଯୋଡି ଅଛନ୍ତି । ଯେଉଁମାନେ ନିଜ ଲଭ ଷ୍ଟୋରି ଓ ଦୁହିଁଙ୍କ ଭିତରେ ଥିବା କେମିଷ୍ଟ୍ରିକୁ ନେଇ ଲାଇମଲାଇଟରେ ରୁହନ୍ତି । ଏହି ଲିସ୍ଟରେ ଟିଭି ଜଗତରେ ରାମ ଭୂମିକାରେ ନଜର ଆସିଥିବା ଗୁରମିତ ଚୌଧୁରୀ ଓ ଆକ୍ଟ୍ରେସ ଦେବୀନା ବାନାର୍ଜୀଙ୍କ ନାଁ ବି ସାମିଲ ଅଛି । ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଉଥିବା ବେଳେ ସୋସିଆଲ ମିଡିଆରେ ବି ଦୁହିଁଙ୍କ ଅନେକ ପୋଷ୍ଟ ଦେଖିବାକୁ ମିଳେ । ଦୁହିଁଙ୍କ ବିବାହକୁ ୧୦ ବର୍ଷରୁ ଅଧିକ ହୋଇଗଲାଣି । ୨୦୧୧ ମସିହା ଫେବୃଆରୀ ୧୪  ତାରିଖରେ ଭେଲେଣ୍ଟାଇନ ଡ଼େ ଅବସରରେ ଦୁହିଁଙ୍କ ବିବାହ ହୋଇଥିଲା । ସେସମୟରେ ସମ୍ପୂର୍ଣ୍ଣ ରୀତିନୀତିରେ ଦୁହିଁଙ୍କ ହାତଗଣ୍ଠି ପଡିଥିଲା । ଶୁଣିଲେ ବିସ୍ମିତ ଲାଗୁଥାଇପାରେ ଏବେ ପୁଣି ଥରେ ଦୀର୍ଘ ଦଶ ବର୍ଷ ପରେ ଦୁହିଁଙ୍କ ହାତଗଣ୍ଠି ପଡିଛି । ଆଉ ଏବେ ଦୁହେଁ ବଙ୍ଗାଳି ନୀତିନିୟମରେ ପରସ୍ପର ସହ ବାନ୍ଧି ହୋଇଛନ୍ତି । ଯାହାର କିଛି ଫଟୋ ଦୁହେଁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଗୁରମିତ ଓ ଦେବିନା ନିଜ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ହିଁ ଏସବୁର ଫଟୋ ପୋଷ୍ଟ କରିଥିଲେ । ବରକନ୍ୟା ବେଶରେ ଉଭୟେ ଖୁବସୁନ୍ଦର ଦେଖାଯାଉଥିଲେ । ଫଟୋ ଗୁଡିକରେ ଧଳାରଙ୍ଗର ଧୋତି ଓ କ୍ରିମ କଲର କୁର୍ତ୍ତାରେ ଖୁବ ହ୍ୟାଣ୍ଡସମ ଲାଗୁଥିଲେ ଗୁରମିତ । ସେପଟେ ଦେବୀନା ବି ଲାଲ ରଙ୍ଗର ଏକ ପାରମ୍ପରିକ ଶାଢୀରେ ଖୁବ ସୁନ୍ଦର ଦିଶୁଥିଲେ । ଏହା ସହ ସୁନାଗହଣା ବି ପିନ୍ଧିଥିଲେ । ନିଜ ସମ୍ପୂର୍ଣ୍ଣ ମେକଅପ ସମ୍ପୂର୍ଣ୍ଣ ବଙ୍ଗାଳି ଷ୍ଟାଇଲରେ ନେଇଥିଲେ ଏହି ଚୁଲବୁଲି ଅଭିନେତ୍ରୀ ଜଣଙ୍କ । ଦୁହିଁଙ୍କ ଫଟୋରେ କ୍ୟାପସନ ଦିଆଯାଇଥିଲା, “ଅଖିରକାର”। କହିରଖିବା ଉଚିତ ହେବକି, ଦେବୀନା ନିଜ ସ୍ୱାମୀ ଗୁରମିତଙ୍କ ପ୍ରେମରେ ନିଜ ହାତରେ ଏକ ଟାଟୁ କରିଛନ୍ତି । ନିଜ ବିବାହର 9ମ ବାର୍ଷିକୀରେ ନିଜ ହାତରେ “ଗୁରୁ” ନାଁରେ ଏକ ଚିତ୍ର ଅଙ୍କନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.