”ଆଇ ଲଭ୍ ୟୁ ବେବି କହି, ସେ ମୋ କାନରେ ଚୁମ୍ବନ କରିବାକୁ ଚେଷ୍ଟା କରୁଥିଲେ” : ସ୍ବରା ଭାସ୍କର

ମୁମ୍ବାଇ : ଅଭିନେତ୍ରୀ ସ୍ବରା ଭାସ୍କର ନିଜର ବୋଲ୍ଡ ଅବତାର ଓ ବୟାନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହନ୍ତି। ଫିଲ୍ମ ‘ବୀର୍ ଦ ୱିଡେଙ୍ଗ୍’ର ସଫଳତା ଇଣ୍ଟରଭ୍ୟୁ ସମୟରେ ଆଭିନେତ୍ରୀ ସ୍ବରା ଭାସ୍କର ଇଣ୍ଡିଆନ୍ ଏକ୍ସପ୍ରେସର କାର୍ୟ୍ୟକ୍ରମରେ ଯୋଗଦେଇ କାଷ୍ଟିଙ୍ଗ କାଉଚର ଶିକାର ହୋଇଥିବା ବିଷୟରେ ପ୍ରକାଶ କରିଛନ୍ତି।

ସ୍ବରା କହନ୍ତି “ମୋ କ୍ୟାରିୟର ଆରମ୍ଭ ସମୟରେ ଜଣେ ବଡ଼ ପ୍ରଡ୍ୟୁସରଙ୍କ ମ୍ୟାନେଜର ମୋ କାନରେ ଚୁମ୍ବନ କରିବାକୁ ଚେଷ୍ଟା କରୁଥିଲେ। ଏଥିସହ ଆଇ ଲଭ୍ ୟୁ ବେବି ବୋଲି କହିଲେ। ମୁଁ ଯେତେବେଳେ ବାହାରକୁ ଯିବାକୁ ଉଠିଲି ତାଙ୍କ ମୁହଁ ମୋ ଚୁଟି ପାଖରେ ଥିଲା।“ ଏଥି ସହ ନାରୀବାଦ ଉପରେ ମଧ୍ୟ ସେ ନିଜର ବିଚାର ରଖିଥିଲେ। “ନାରୀବାଦ ଏକ ଚିନ୍ତାଧାରା, ଯେଉଁଥିରେ ଲିଙ୍ଗ ମଧ୍ୟରେ ସମାନତା ରହିବା ଦରକାର। ଏହି ସମାନତା କେବଳ ପ୍ରତିନିଧିତ୍ବର ନୁହଁ, ବରଂ ସମ୍ମାନ ଏବଂ ଉତ୍ତରଦାୟିତ୍ବର ରହିବା ଦରକାର। ଯାହା କେବଳ ମହିଳା ନୁହଁ ଭାରତରେ ପ୍ରାୟ ଲୋକଙ୍କ ପାଖରେ ଅଭାବ।

ତାଙ୍କ ମତରେ ନାରୀବାଦ ହେଉଛି ମହିଳାଙ୍କ ପସନ୍ଦ। କିଛି ମହିଳା ରୁଢ଼ିବାଦୀ ହେବାର ବିକଳ୍ପ ବାଛନ୍ତି କିମ୍ବା ନିଜ ଅଧିକାରକୁ ଗ୍ରହଣ ନକରିବାର ବିକଳ୍ପ ବାଛନ୍ତି। ଏଥିପାଇଁ ମୁଁ କିଛି କହିପାରିବିନି। ମୋତେ ଲାଗେ ଏମାନଙ୍କୁ ପଚାରିବା ଦରକାର ଯେ କେଉଁ କାରଣ ପାଇଁ ସେମାନେ ନିଜକୁ ଏପରି ବାନ୍ଧିରଖିଛନ୍ତି।

Leave A Reply

Your email address will not be published.