ଗୋଟିଏ ଜିଦ୍ ପାଇଁ ଅଧୁରା ରହିଗଲା ଦିଲ୍ଲୀପ – ମଧୁବାଲାଙ୍କ ପ୍ରେମ କାହାଣୀ, ଜନ୍ମଦିନ ଅବସରରେ ଜାଣନ୍ତୁ ଟ୍ରାଜେଡି କିଙ୍ଗଙ୍କ ବିଷୟରେ କିଛି ଅଜଣା କଥା

୯୬ ବର୍ଷରେ ପାଦ ଦେଲେ ବଲିଉଡର ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ୍ କୁମାର୍ । ୧୯୨୨ ଡିସେମ୍ବର ୧୧ ରେ ଜନ୍ମ ହୋଇଥିଲେ ୟୁସୁଫ୍ ଖାନ୍ ଅର୍ଥାତ୍ ଦିଲ୍ଲୀପ୍ କୁମାର । ନିଜର ଦମଦାର ଅଭିନୟରେ ଦର୍ଶକଙ୍କ ହୃଦୟ ଦୀର୍ଘ ଦିନ ଧରି କରିଥିଲେ ରାଜ୍ । ହେଲେ ଏହି ଅଭିନୟ ସମ୍ରାଟ କେବେ ବି ଅଭିନୟର କୌଣସି ଟ୍ରେନିଙ୍ଗ୍ ନେଇନଥିଲେ । ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ବି କୌଣସି ଫିଲ୍ମ କାହାଣୀଠୁ କମ୍ ନୁହେଁ । ତେବେ ଟ୍ରାଜେଡି କିଙ୍ଗଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନକୁ ନେଇ କିଛି ଅଜଣା କଥା ।

ଦିଲ୍ଲୀପ୍ କୁମାର ବଲିଡର ପ୍ରଥମ ଅଭିନେତା ଯାହାଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା । ଆଜ୍ଞା ହଁ ପାକିସ୍ତାନର ପେଶାୱରରେ ଜନ୍ମ ହୋଇଥିଲେ ଦିଲ୍ଲୀପ୍ । ପରେ ତାଙ୍କ ପରିବାର ମୁମ୍ବାଇ ଆସିଯାଇଥିଲା ।

Dilip-Kumarଏକଥା ତ ସମସ୍ତେ ଜାଣନ୍ତି ଦିଲ୍ଲୀପ କୁମାରଙ୍କ ଅସଲ ନାଁ ହେଉଛି ମହମ୍ମଦ ୟୁସୁଫ୍ ଖାନ୍ । କିନ୍ତୁ ଏକଥା ବହୁତ କମ୍ ଲୋକ ଜାଣନ୍ତି ଯେ ସେ ତାଙ୍କ ନାମ ଅଭିନେତ୍ରୀ ଦେବିକା ରାନୀଙ୍କ କହିବାରୁ ବଦଳାଇଥିଲେ । ଯାହା ଦ୍ବାରା ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରରେ ସହଜରେ ଏଣ୍ଟ୍ରି ମିଳିବ । ଦିଲ୍ଲୀପ୍ କୁମାର ପୂର୍ବରୁ ତାଙ୍କ ନାଁ ବାମନ କୁମାର କିମ୍ବା ଉଦୟ କୁମାର ରଖିବାକୁ ଚାହୁଁଥିଲେ ।

ପତ୍ନୀ ସାୟରା ବାନୋଙ୍କଠୁ ୨୨ ବର୍ଷ ବଡ ହେଉଛନ୍ତି ଦିଲ୍ଲୀପ୍ । ଯେତେବେଳେ ବିବାହ ହେଲା ସାୟରା ବାନୋଙ୍କ ବୟସ ୨୨ ବର୍ଷ ହୋଇଥିବା ବେଳେ ଦିଲ୍ଲୀପ କୁମାରଙ୍କ ବୟସ ଥିଲା ୪୪ ବର୍ଷ ।

ଜାଣି ଆଶ୍ଚର‌୍ୟ୍ୟ ହେବେ ଖୁବ୍ ଭଲ ଗୀତ ବୋଲିପାରନ୍ତି ଦିଲ୍ଲୀପ୍ କୁମାର । ସାୟରା ବାନୋଙ୍କ କହିବା ଅନୁଯାୟୀ ଅନ୍ତାକ୍ଷରୀରେ ଦିଲ୍ଲୀପଙ୍କୁ ହରାଇବା ଅସମ୍ଭବ । କେବଳ ସେତିକି ନୁହେଁ ହେଲେନଙ୍କ ପରି କେବରେ ଡ୍ୟାନ୍ସ ମଧ୍ୟ କରିପାରନ୍ତି ଦିଲ୍ଲୀପ ।

dilip kumar ସ୍ବର୍ଗତଃ ମଧୁବାଲାଙ୍କ ସହ ବହୁତ ଲମ୍ବା ଏବଂ ଗଭୀର ପ୍ରେମ ସମ୍ପର୍କ ଥିଲା ଦିଲ୍ଲୀପଙ୍କର । ବହୁତ ପ୍ରସିଦ୍ଧ ଥିଲା ମଧ୍ୟ ଉଭୟଙ୍କ ପ୍ରେମକାହାଣୀ । କୁହାଯାଏ ଉଭୟଙ୍କର ନିର୍ବନ୍ଧ ମଧ୍ୟ ହୋଇସାରିଥିଲା । କିନ୍ତୁ କୌଣସି କାରଣରୁ ମଧୁବାଲାଙ୍କ ବାପାଙ୍କ ସହ ଦିଲ୍ଲୀପଙ୍କ ବିବାଦ ହୋଇଥିଲା । ଯାହା ଫଳରେ ଉଭୟ ଏହି ସମ୍ପର୍କକୁ ଭାଙ୍ଗି ଦେଇଥିଲେ । ଦିଲ୍ଲୀପଙ୍କ କହିବାର ଥିଲା ମୁଁ ତୁମକୁ ବିବାହ କରିବି କିନ୍ତୁ ତୁମେ ନିଜ ବାପାଙ୍କୁ ଛାଡିବାକୁ ପଡିବ । ଅନ୍ୟପଟେ ମଧୁବାଲା କହିଥିଲେ ସେ ତାଙ୍କୁ ବିବାହ ତ କରିବେ କିନ୍ତୁ ବାପାଙ୍କୁ କ୍ଷମା ମାଗିବାକୁ ପଡିବ । ବାସ୍ ଏହି ଯିଦିରେ ଉଭୟ ଦୀର୍ଘ ଦିନର ସମ୍ପର୍କକୁ ଭାଙ୍ଗି ଦେଇଥିଲେ ।

ଏହା ସହ ପଢନ୍ତୁ ବିବାହ ପରେ ସାୟରା ବାନୋଙ୍କୁ ମିଳିଥିଲା ଧୋକ୍କା : ସନ୍ତାନ ନହେବାରୁ ଏପରି ଦଣ୍ଡ ଦେଇଥିଲେ ଦିଲ୍ଲୀପ କୁମାର

ଫିଲ୍ମକୁ ଆସିବା ପୂର୍ବରୁ ଫଳ ବିକୁଥିଲେ ଦିଲ୍ଲୀପ କୁମାର । ବମ୍ବେ ଟକିଜର ଦେବିକା ରାନୀଙ୍କ ସହ ଦେଖା ହେବା ପରେ ଫିଲ୍ମକୁ ଆସିଥିଲେ ।

dilipଉଭୟ ସାୟରା ବାନୋ ଏବଂ ଦିଲ୍ଲୀପ୍ କୁମାର, ଶାହାରୁଖଙ୍କୁ ନିଜ ପୁଅ ନଜରରେ ଦେଖନ୍ତି । ସାୟରା ବାନୋ କୁହନ୍ତୁ ଯଦି ଆମର ପୁଅ ହୋଇଥାନ୍ତା ତେବେ ନିଶ୍ଚୟ ଶାହାରୁଖଙ୍କ ପରି ଦେଖାଯାଇଥାନ୍ତା । ଦିଲ୍ଲୀପ୍ କୁମାର ଏବଂ ଶାହାରୁଖଙ୍କ କେଶ ଏକା ପରି । ତେଣୁ ଯେବେ ବି ଶାହାରୁଖଙ୍କୁ ଦେଖାକରନ୍ତି ସୟରା ତାଙ୍କ ମୁଣ୍ଡରେ ନିହାତି ହାତ ମାରନ୍ତି ।

ଦିଲ୍ଲୀପ କୁମାରଙ୍କ ଏକ ସିନେମା ଥିଲା ମଧୁମତୀ , ଯାହା ରିଲିଜ୍ ହୋଇଥିଲା ୧୯୫୮ରେ । ପୁର୍ନଜନ୍ମ ଉପରେ ଆଧାରିତ ଏହି ଫିଲ୍ମ ସେହି ବର୍ଷର ସବୁଠାରୁ ହିଟ୍ ହୋଇଥିଲା । ଯାହାର ଆୟ ଥିଲା ୪ କୋଟି । ବକ୍ସ ଅଫିସ୍ ବିଶେଷଜ୍ଞ କୁହନ୍ତି ଏହି ସିନେମା ଯଦି ଏବେ ରିଲିଜ୍ ହୋଇଥାନ୍ତା ତେବେ ଏହାର ଆୟ ହୋଇଥାନ୍ତା ୪୭୮ କୋଟି ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.