ଗର୍ଲଫ୍ରେଣ୍ଡ ନତାଶାଙ୍କ ସହ ପୁଣି ଥରେ ରୋମାନ୍ସ କରୁଥିବା ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଭାଇରାଲ ହେଉଛି ଫଟୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଗର୍ଲଫ୍ରେଣ୍ଡ ତଥା ମଡେଲ ନତାଶା ସ୍ତାଙ୍କୋଭିକ୍‌ଙ୍କ ସହ ଫଟୋ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋରେ ଉଭୟେ ପ୍ରେମୀଯୁଗଳ ସମୁଦ୍ର କୂଳରେ ମସ୍ତି କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ନୂଆବର୍ଷ ଅବସରରେ ଏହି ଯୋଡ଼ି ନିର୍ବନ୍ଧ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ବାଦଶାହଙ୍କ ଗୀତ ଡିଜେ ବାଲେ ବାବୁ ଗୀତରୁ ହିଁ ଚର୍ଚ୍ଚାକୁ ଆସିଥିଲେ ନତାଶା।

 

View this post on Instagram

 

🔥❤️ #throwback😍 @hardikpandya93

A post shared by 🎀Nataša Stanković🎀 (@natasastankovic__) on

ନତାଶା ଓ ହାର୍ଦ୍ଦିକଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ନତାଶା ବ୍ଲାକ୍‌ କଲରର ସୁଇମିଂ ସୁଟ୍‌ ପିନ୍ଧିଥିବା ବେଳେ ହାର୍ଦ୍ଦିକ ବେୟାର ବଡ଼ିରେ କେବଳ ହାଫ୍‌ ପ୍ୟାଣ୍ଟ ପିନ୍ଧିଛନ୍ତି। ଉଭୟେ ଗଗଲ୍ସ ପିନ୍ଧି ସମୁଦ୍ରକୂଳରେ ମଜା ନେଉଥିବା ଦେଖିବାକୁ ମିଳିଛି। ଫଟୋକୁ ନତାଶା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରି ପୁରୁଣା ବୋଲି କହିଛନ୍ତି।

 

View this post on Instagram

 

💙🥰

A post shared by 🎀Nataša Stanković🎀 (@natasastankovic__) on

ଏହି ନୂଆବର୍ଷରେ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ନିର୍ବନ୍ଧ କରିଛନ୍ତି। ଉଭୟେ ଇନ୍‌ଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଥିଲେ। ହାର୍ଦ୍ଦିକଙ୍କ ନିର୍ବନ୍ଧ ବିଷୟରେ ଜଣାପଡ଼ିବା ପରେ କ୍ରିକେଟ୍‌ ପ୍ରେମୀ ନତାଶାଙ୍କ ବିଷୟରେ ଜାଣିବାକୁ ଆଗଭର ହୋଇଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, ନିର୍ଦ୍ଦେଶକ ପ୍ରକାଶ ଝା’ଙ୍କ ଫିଲ୍ମ ସତ୍ୟାଗ୍ରହ ଜରିଆରେ ନତାଶ ବଲିଉଡରେ ଡେବ୍ୟୁ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.