ଟିନାଙ୍କ ସହ ହନୀ ସିଂହଙ୍କ ବ୍ରେକ୍‌ଅପ୍‌, ସୋସିଆଲ ମିଡିଆରୁ ଏକାଠି ଥିବା ଫଟୋ ଡିଲିଟ୍‌

ହନୀ ସିଂହଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆସିଛି ବଡ଼ ଖବର । ଶୁଣିବାକୁ ମିଳିଛି କି ତାଙ୍କର ଗାର୍ଲଫ୍ରେଣ୍ଡ ଟିନା ଥଣ୍ଡାନିଙ୍କ ସହ ବ୍ରେକ୍‌ଅପ୍‌ ହୋଇଛି ।

ବଲିଉଡ୍‌ ଗାୟକ ତଥା ରାପର ୟୋ ୟୋ ହନୀ ସିଂହ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି । କେତେବେଳେ ନିଜ ଗୀତକୁ ନେଇ ତ ଆଉ କେବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ । ବେଶ୍‌ କିଛି ଦିନ ହେଲା ସେ ବଲିଉଡ୍‌୍‌ରୁ ଦୂରେଇ ରହିବା ପରେ ଏବେ ଏବେ ପୁଣି ଫେରିଛନ୍ତି । ଲକ୍ଷ୍ୟ ରହିଛି ନୂଆ ଭାବେ କ୍ୟାରିୟର ଆରମ୍ଭ କରିବା । ସେହି ସମୟରେ କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆସିଛି ବଡ଼ ଖବର । ଶୁଣିବାକୁ ମିଳିଛି କି ତାଙ୍କର ଗାର୍ଲଫ୍ରେଣ୍ଡ ଟିନା ଥଣ୍ଡାନିଙ୍କ ସହ ବ୍ରେକ୍‌ଅପ୍‌ ହୋଇଛି ।

ପୂର୍ବରୁ ଗୋଟିଏ ଭିଡିଓରେ ହନୀ ସିଂହ ଓ ଟିନା ଥଣ୍ଡାନି ଏକାଠି ଆସିଥିଲେ । ତାରି ପରେ ଉଭୟଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଲା । କେତେକ କାର୍ଯ୍ୟକ୍ରମରେ ମଧ୍ୟ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ତେଣୁ ଖବର ବି ଜୋର ଧରିଲା ସେମାନଙ୍କ ପ୍ରେମ ନେଇ । ଏବେ କିନ୍ତୁ ଆସିଛି ହନୀ ଓ ଟିନାଙ୍କ ବ୍ରେକ୍‌ଅପ୍‌ ହୋଇଛି ବୋଲି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅବଶ୍ୟ ଏହା ପଛରେ ଏକ କାରଣ ରହିଛି । ଦୁହେଁ ଦୁହିଙ୍କ ଏକାଠି ଥିବା ଫଟୋଗୁଡ଼ିକୁ ସୋସିଆଲ ମିଡିଆରୁ ଡିଲିଟ୍‌ କରି ଦେଇଛନ୍ତି । ତେଣୁ ସେମାନଙ୍କ ଭିତରେ ବ୍ରେକ୍‌ଅପ୍‌ ହୋଇଥିବା ସ୍ପଷ୍ଟ ଜଣାପଡୁଛି । ଅବଶ୍ୟ ଏମାନଙ୍କ ସମ୍ପର୍କ ମାତ୍ର ଗୋଟିଏ ବର୍ଷ ହେଲା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.