Below header

ସମ୍ବଲପୁରରେ ଶାନ୍ତି ପାଇଁ ବିଜେଡିର କ୍ୟାଣ୍ଡେଲ ଶୋଭାଯାତ୍ରା

ବିଜୁ ଯୁବ ଛାତ୍ର ଏବଂ ମହିଳା ଜନତା ଦଳ ପକ୍ଷରୁ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଉଛି । ଭୁବନେଶ୍ୱର ସ୍ଥିତ ହାଉସିଂ ବୋର୍ଡ ବିଲ୍ଡିଂ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଉଛି ।

ଭୁବନେଶ୍ବର(କେନ୍ୟୁଜ୍): ସମ୍ବଲପୁରରେ ଶାନ୍ତି ପାଇଁ ବିଜେଡିର କ୍ୟାଣ୍ଡେଲ ଶୋଭାଯାତ୍ରା । ବିଜୁ ଯୁବ ଛାତ୍ର ଏବଂ ମହିଳା ଜନତା ଦଳ ପକ୍ଷରୁ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଉଛି । ଭୁବନେଶ୍ୱର ସ୍ଥିତ ହାଉସିଂ ବୋର୍ଡ ବିଲ୍ଡିଂ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଉଛି ।

 ସମ୍ବଲପୁରକୁ ଫେରୁଛି ଶାନ୍ତି । ସ୍ୱାଭାବିକ ସ୍ଥିତି ଫେରୁଥିବାରୁ ଅଧିକ କୋହଳ ହେଲା କର୍ଫ୍ୟୁ । ଆଜିଠାରୁ ଦିନରେ ଆଉ କଟକଣା ନାହିଁ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । କିନ୍ତୁ ନାଇଟ୍‌ କର୍ଫ୍ୟୁ ଜାରି ରହିବ । ଦିନରେ କର୍ଫ୍ୟୁ କୋହଳ କରାଯାଇଥିବାରୁ ଖୋଲିଛି ଦୋକାନବଜାର । କର୍ଫ୍ୟୁରେ କୋହଳ ହେବା ଯୋଗୁଁ ଆଜି ସକାଳୁ ସକାଳୁ ଲୋକେ ମଧ୍ୟ ବେଶ କିଣାକିଣି କରିଥିଲେ । ହେଲେ ସମ୍ବଲପୁରରେ ବନ୍ଦର କୌଣସି ପ୍ରଭାବ ସକାଳୁ ଦେଖିବାକୁ ମିଳିନଥିଲା । କିନ୍ତୁ ସକାଳ ୧୧ଟା ପରେ ପୁଣି ସମସ୍ତ ଦୋକାନ ବଜାର ବନ୍ଦ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.