Below header

କରୋନାଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏଭଳି ସଚେତନ ରହିବାକୁ ବାର୍ତ୍ତା ଦେଲେ ହ୍ରିତିକ୍, ନିଜ କୁକୁର ସହିତ ଛାଡିଲେ ଏହି ଫଟୋ

ମୁମ୍ବାଇ: କରୋନାଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘରେ ରହିବାକୁ ଅନୁରୋଧ କରୁଛନ୍ତି ସରକାର। ଏହି ପରିପ୍ରେକ୍ଷୀରେ ଅନେକ ସେଲିବ୍ରିଟିସ୍ ସରକାରଙ୍କ ଆହ୍ବାନକୁ ଗ୍ରହଣ କରିବା ସହିତ ଏହାକୁ ମାନିବାକୁ ଲୋକମାନଙ୍କୁ ଅନୁରୋଧ କରୁଛନ୍ତି । ଯାହାକୁ ଅନେକ କଳାକାର ନିଜ ନିଜ ମାଧ୍ଯମରେ ପ୍ରଚେଷ୍ଟା ଜାରି ରଖିଥିବାବେଳେ ଏହାକୁ ଫଲୋ କହିଛନ୍ତି ଅଭିନେତା ହ୍ରିତିକ୍ ରୋଶନ୍ । ନିଜ ଇନଷ୍ଟାଗ୍ରାମରେ ହ୍ରିତିକ୍ ନିଜର ପୋଷା କୁକୁରର ଫଟୋ ସେୟାର କରି ପ୍ରଶଂସକମାନଙ୍କ ପାଇଁ ସଚେତନ ରହିବାକୁ ବାର୍ତ୍ତା ଦେଇଛନ୍ତି |

Hrithikହ୍ରିତିକ୍ ଏହି ଫଟୋରେ ନିଜ କୁକୁର ସହିତ ଥିବାର ଦେଖିବାକୁ ମିଳିଛନ୍ତି । ଯେଉଁଥିରେ ସେ ଏକ କ୍ୟାମେରା ନିକଟରେ ତଳେ ଏକ ମ୍ଯାଟ୍ ଉପରେ ଶୋଇଥିବାର ଦେଖିବାକୁ ମିଳୁଛି ।  ସେ ଏହି ଫଟୋ ତାଙ୍କ ଜିମରେ ଉଠାଇଛନ୍ତି | ହ୍ରିତିକ୍ ଏକ କ୍ୟାପ୍ ସହିତ ଫୁଲ୍ ସ୍ଲିଭ୍ ସାର୍ଟ ପିନ୍ଧିଛନ୍ତି |  ହ୍ରିତିକ୍ ଏହି ପୋଷ୍ଟର୍ କ୍ୟାପସନରେ ଲେଖିଛନ୍ତି, “ଜାନେ ତୁମ ବାପାଙ୍କ ପରି ଘରେ ରହିବାକୁ କହିବାକୁ ଚାହାଁନ୍ତି। ଜାନେ ହେଉଛି ହ୍ରିତିକଙ୍କ ପୋଷା କୁକୁର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.