Below header

ଆଲିଆଙ୍କ ସ୍ୱାମୀ ଭୂମିକାରେ ନଜର ଆସିବେ ଇମ୍ରାନ, ଏହି ଫିଲ୍ମରେ ଦୁହେଁ ଆସିବେ ନଜର

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସଂଜୟ ଲୀଲା ଭନସାଲୀଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଗଙ୍ଗୁବାଇ କାଠିୟାଓ୍ଵାଡି’ ଘୋଷଣା ହେବା ପର ଠାରୁ ଚର୍ଚ୍ଚାରେ। ଫିଲ୍ମରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ଇମ୍ରାନ ହାସମୀ ଏବଂ ଅଜୟ ଦେବଗନ ପ୍ରମୁଖ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଲକଡାଉନ ପୂର୍ବରୁ ଇମ୍ରାନ ଏହି ଫିଲ୍ମ ପାଇଁ ଅଧିକାଂଶ ସିନ ସୁଟ୍‌ କରିସାରିଛନ୍ତି। କିନ୍ତୁ ଅଜୟ ଦେବଗନ କିଛି ବି ସୁଟିଂ କରିନାହାନ୍ତି।

imran

ରିପୋର୍ଟ ମୁତାବକ, ଇମ୍ରାନ ହାସମୀ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିବେ। ଏହାଛଡା ଫିଲ୍ମରେ ଆଲିଆଙ୍କ ସ୍ୱାମୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଇମ୍ରାନ ପତ୍ନୀ ( ଗଙ୍ଗୁବାଇ)କୁ ଆଲିଆକୁ କମ୍‌ ବୟସରେ ବୈଶ୍ୟାବୃତ୍ତିକୁ ପେଲିଦେଉଛନ୍ତି। ଇମ୍ରାନ ଗଙ୍ଗୁବାଇଙ୍କ ପିତାଙ୍କ ଆକାଉଣ୍ଟାଣ୍ଟ ରହିଥିବା ବେଳେ ସେ ତାଙ୍କୁ ଦେଖି ପ୍ରେମ କରି ଫେରାର ହୋଇଯାଇଛନ୍ତି। ଏହି ଫିଲ୍ମ ହୁସୈନ ଜୈଦୀଙ୍କ ପୁସ୍ତକ ‘ମାଫିଆ, କ୍ୱିଇନ୍ସ ଅଫ ମୁମ୍ବାଇ’ ଉପରେ ଆଧାରିତ। କୁହାଯାଏ ଗଙ୍ଗୁବାଇଙ୍କୁ ତାଙ୍କ ସ୍ୱାମୀ ମାତ୍ର ୫୦୦ ଟଙ୍କାରେ ବୈଶ୍ୟାଳୟରେ ବିକ୍ରି କରିଦେଇଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ଇମ୍ରାନଙ୍କ ଭୂମିକାକୁ କାର୍ତ୍ତିକଙ୍କୁ ଅଫର କରାଯାଇଥିଲା। କିନ୍ତୁ ସେ ନେଗେଟିଭ ଚରିତ୍ର କରିବାକୁ ମନା କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.