ଫୋନକୁ ହ୍ୟାକ୍ ହେବାରୁ ରୋକିବ ଏସବୁ ଟିପ୍ସ, ନିଶ୍ଚୟ ଆପଣାନ୍ତୁ

ସ୍ମାର୍ଟଫୋନ ବିନା ବର୍ତ୍ତମାନର ଜୀବନକୁ କଳ୍ପନା କରିବା ଅସମ୍ଭବ। ଲୋକଙ୍କର ଆବଶ୍ୟକତାକୁ ଦେଖି ଦିନକୁ ଦିନ ମୋବାଇଲରେ ବି ନୂଆ ନୂଆ ଫିଚର ଆସୁଛି। ତେବେ ମୋବାଇଲ ଯୋଗୁ ଲୋକମାନେ ଯେତିକି ଲାଭବାନ ହେଉଛନ୍ତି ସେତିକି ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଅନଲାଇନ ସପିଂ ଓ ଟ୍ରାନଜାକସନ କରୁଥିବା ବେଳେ ହ୍ୟାକରଙ୍କ ନଜର ସେଥିରେ ରହିଛି। ହ୍ୟାକରମାନେ ଲୋକଙ୍କ ଫୋନ ହ୍ୟାକ କରି ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଛନ୍ତି। ତେବେ ଆଜି ଆମେ ଆପଣଙ୍କୁ କେତେକ ଏଭଳି ଟିପ୍ସ ଦେବାକୁ ଯାହା ସ୍ମାର୍ଟଫୋନକୁ ହ୍ୟାକ ହେବାରୁ ବଞ୍ଚାଇପାରିବ…

3 ways your smartphone can be hacked without you knowing - Komando.com

ଏଭଳି ସ୍ଥାନରେ ଆପ୍ ଲୋଡ କରନ୍ତୁ ନାହିଁ:

କୌଣସି ଥାର୍ଡ ପାର୍ଟି ସାଇଟରୁ ଆପ ଲୋଡ କରନ୍ତୁ ନାହିଁ। ଏହା ଦ୍ୱାରା କେତେକ ବାହାର ଲିଙ୍କ ଫୋନରେ ପ୍ରବେଶ କରି ଫୋନକୁ ଖରାପ କରିପାରେ। ଏଣୁ ସବୁବେଳେ ପ୍ଲେ ଷ୍ଟୋରରୁ ହିଁ ଆପ ଲୋଡ କରନ୍ତୁ।

9 Ways To Tell If Your Android Phone Is Hacked | Certo

ଷ୍ଟଙ୍ଗ ପାସୱାର୍ଡ ଦିଅନ୍ତୁ:

ଫୋନରେ ସବୁବେଳେ ଷ୍ଟଙ୍ଗ ପାସୱାର୍ଡ ଦିଅନ୍ତୁ। କାରଣ ହ୍ୟାକରମାନେ ସହଜରେ ସହଜ ପାସୱାର୍ଡକୁ ହ୍ୟାକ କରିଥାନ୍ତି। ପାସୱାର୍ଡରେ କେବେ ବି ନାଁ ଓ ଜନ୍ମତାରିଖ ରଖନ୍ତୁ ନାହିଁ।

My Phone Was Hacked. How Do I Fix It? - PhoneSpector

ସବୁବେଳେ ଅପଡେଟ କରନ୍ତୁ:

ସ୍ମାର୍ଟଫୋନକୁ ସବୁବେଳେ ଅପଡେଟ କରନ୍ତୁ। ଏହା ଦ୍ୱାରା ହ୍ୟାକର ଆପଣଙ୍କ ପର୍ସନାଲ ଡାଟା ଚୋରି କରିପାରିବେ ନାହିଁ। କେବଳ ଏତିକି ନୁହେଁ ଅପଡେଟ ହେବା ପରେ ଫୋନର ସିକ୍ୟୁରିଟି ମଧ୍ୟ ଆହୁରି ମଜଭୁତ ହୋଇଯାଏ।

How to protect your phone from being hacked - PhoneArena

ଏସବୁ କରନ୍ତୁ ନାହିଁ:

ହ୍ଵାଟସ ଆପ କିମ୍ବା କଲରେ କାହାକୁ ବି ନିଜ ପର୍ସନାଲ ଡାଟା ଦିଅନ୍ତୁ ନାହିଁ। ଏହାଦ୍ୱାରା ଜଣେ ସହଜରେ ଆପଣଙ୍କ ବ୍ୟକ୍ତିଗତ ଡାଟା ଚୋରି କରି ହଇରାଣ କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.