Below header

ଗଞ୍ଜାମ ଜିଲ୍ଲାରେ ଜାରି ହେଲା ୧୯ ଘଣ୍ଟିଆ ସଟଡାଉନ, ସୂଚନା ଦେଲେ ଜିଲ୍ଲାପାଳ

ଗଞ୍ଜାମ: ଗଞ୍ଜାମରେ ୧୯ ଘଣ୍ଟିଆ ସଟ୍‌ଡାଉନ୍‌ । ଆସନ୍ତା ଜୁନ୍‌ ୩୦ ତାରିଖ ଯାଏ ଗଞ୍ଜାମ ଜିଲ୍ଲାରେ ୧୯ ଘଣ୍ଟିଆ ସଟ୍‌ଡାଉନ୍ ବଳବତ୍ତର ‌ ରହିବ । ସଟ୍‌ଡାଉନ୍‌ ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ହେଲେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଦୋକାନ ଖୋଲା ରହିବ । ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ରହିବ । ଯେବେକି ଶନିବାର ଓ ରବିବାର ଜିଲ୍ଲାରେ ସଂପୂର୍ଣ୍ଣ ସଟ୍‌ଡାଉନ୍‌ ରହିବ । କହିରଖିବା ଉଚିତ ହେବକି ପୂର୍ବରୁ ରାଜ୍ୟ ସରକାର ୧୧ ଟି ଜିଲ୍ଲାରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରିଥିଲେ । ଏହି ନିୟମ ବି ଜୁନ ୩୦ ଯାଏଁ ବଳବତ୍ତର ରହିବ । ଯେବେକି ରାଜ୍ୟର ସମସ୍ତ ଦୋକାନ ବଜାର ଆଦିକୁ ସକାଳ ୮ ଟା ଠାରୁ ୬ଟା ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.