Below header

ଦୁବାଇରୁ ଭୁବନେଶ୍ୱର ! ବିମାନରେ ପ୍ରବାସୀଙ୍କୁ ଧରି ଓଡିଶା ଆସୁଛନ୍ତି ଓଡିଆ ଝିଅ ମଧୁସ୍ମିତା

ଭୁବନେଶ୍ୱର(କେନ୍ୟୁଜ) : ପ୍ରଥମ ରଜରେ ଘର ବାହୁଡ଼ୁଛନ୍ତି ୨୧୫ ଜଣ ପ୍ରବାସୀ ଓଡ଼ିଆ । ଲକଡାଉନ କାରଣରୁ ଦୁବାଇରେ ଫସିରହିଥିବା ୨୧୫ ଜଣ ପ୍ରବାସୀ ଓଡିଆଙ୍କୁ ଧରି ଓଡିଶା ଫେରୁଛି ଏକ ସ୍ୱତନ୍ତ୍ର ବିମାନ। ୟୁଏଇରେ ଫସି ରହିଥିବା ଏହି ପ୍ରବାସୀମାନେ ଚାର୍ଟର ଫ୍ଲାଇଟ୍ G-9645ରେ ଭୁବନେଶ୍ୱର ଫେରୁଛନ୍ତି । ଦିନ ୧ଟା ୩୦ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିମାନ ଅବତରଣ କରିବ ।

arabiaତେବେ ସବୁଠାରୁ ବଡ କଥା ହେଉଛି ୨୧୫ ଜଣ ପ୍ରବାସୀ ଓଡିଆଙ୍କୁ ଧରି ଆସୁଥିବା ଏହି ବିମାନର ପାଇଲଟ ହେଉଛନ୍ତି ଜଣେ ଓଡିଆ ତାଙ୍କ ନାଁ ମଧୁସ୍ମିତା ପଟ୍ଟନାୟକ। ଦୁବାଇରେ ରହୁଥିବା ଏହି ମହିଳା ପାଇଲଟଙ୍କ ଘର ଭୁବନେଶ୍ୱରର। ଦୁବାଇର ଓଡିଆ ସମାଜର ଉଦ୍ୟମ ତଥା ବନ୍ଦେ ଭାରତ ମିଶନ ଜରିଆରେ ଏହି ସ୍ୱତନ୍ତ୍ର ବିମାନଟି ପ୍ରବାସୀ ଓଡିଆଙ୍କୁ ଧରି ଓଡିଶା ଫେରୁଛି। ବିମାନଟି ଶାରଜାହ ବିମାନବନ୍ଦରରୁ ଆଜି ସକାଳ ୮ଟାରେ ଛାଡି ଥିବାବେଳେ ଭୁବନେଶ୍ୱର ବିମାନବନ୍ଦରରେ ଦିନ ୧ଟାରେ ପହଁଚିବ ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.