ପ୍ରପୋଜ୍ କରିବାର ୮ ମାସ ଯାଏଁ ବୋନି କପୁରଙ୍କ ମୁହଁ ଚାହିଁ ନଥିଲେ ଶ୍ରୀଦେବୀ, ଭୀଷଣ ରାଗିଯାଇ କହିଥିଲେ ଏହି କଥା

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଓ ବୋନି କପୁରଙ୍କ ଲଭ ଷ୍ଟୋରି କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ। ଶ୍ରୀଦେବୀଙ୍କୁ ବୋନି ଏତେ ଭଲ ପାଉଥିଲେ ଯେ ତାଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ତେବେ ଶ୍ରୀଦେବୀ ଓ ବୋନି କପୁରଙ୍କର ପ୍ରେମ କାହାଣୀ ସମ୍ପର୍କରେ ଖୁବ କମ ଲୋକ ଜାଣନ୍ତି। ଆଜି ଆସନ୍ତୁ ଜାଣିବା ବଲିଉଡର ଏହି ଲୋକପ୍ରିୟ ଯୋଡ଼ିଙ୍କ ପ୍ରେମ କାହାଣୀ କେମିତି ଥିଲା…

Throwback: When Boney Kapoor confessed to ex-wife that he loves ...

ବୋନି କପୁର ଯେତେବେଳେ ଶ୍ରୀଦେବୀଙ୍କୁ ପ୍ରପୋଜ କରିଥିଲେ ସେତେବେଳେ ସେ ବହୁତ ଜୋରରେ ରାଗିଯାଇଥିଲେ। କାରଣ ବୋନି ସେତେବେଳେ ବିବାହିତ ଥିଲେ। ବିବାହ ପରେ ହିଁ ସେ ଶ୍ରୀଦେବୀଙ୍କୁ ଭଲ ପାଇ ବସିଥିଲେ। ଏକ ଇଣ୍ଟରଭ୍ୟୁରେ ବୋନି କପୁର ଏହା କହିଥିଲେ। ବୋନି କହିଥିଲେ ଯେ ଶ୍ରୀଦେବୀଙ୍କୁ ସେ ଦୀର୍ଘ ଦିନ ହେବ ଭଲ ପାଉଥିଲେ। କିନ୍ତୁ ସାହାସ କରି କହିପାରିନଥିଲେ।

ଥରେ ଶ୍ରୀଦେବୀ ଓ ତାଙ୍କ ମାଙ୍କୁ ବୋନି କପୁର ଓ ତାଙ୍କ ସାଙ୍ଗମାନଙ୍କ ସହ ଡିନରରେ ଯିବାର ଥିଲା। କିନ୍ତୁ ଶ୍ରୀଦେବୀଙ୍କ ମାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଏକା ହିଁ ଯିବାକୁ ପଡ଼ିଥିଲା। ଏଣୁ ଫିଲ୍ମ ନିର୍ମାତା ବୋନି ଶ୍ରୀଦେବୀଙ୍କୁ ଘରକୁ ଛାଡିବାକୁ ଆସିଥିଲେ। ସେହି ସମୟରେ ସେ ପ୍ରେମ ନିବେଦନ କରିଥିଲେ।

ପ୍ରପୋଜ କରିବା ପରେ ପ୍ରାୟ ୮ ମାସ ପର୍ଯ୍ୟନ୍ତ ଶ୍ରୀଦେବୀ ବୋନିଙ୍କ ସହ କଥା କଥା ହୋଇନଥିଲେ। ୧୯୯୬ ମସିହା ଜୁନ ୨ ତାରିଖରେ ବୋନି ଓ ଶ୍ରୀଦେବୀ ପରସ୍ପରକୁ ବିବାହ କରିଥିଲେ। ତାଙ୍କର ଜାହ୍ନବୀ ଓ ଖୁସି ନାମରେ ୨ ଝିଅ ଅଛନ୍ତି। ୨୦୧୮ ଫେବ୍ରୁଆରୀ ୨୪ ତାରିଖରେ ଶ୍ରୀଦେବୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.