ସବୁ ସମସ୍ୟାରୁ ମୁକ୍ତି, ବିବାହ କରିବା ପାଇଁ ଏହି ଯୋଡି଼ ଆପଣେଇଲେ ସ୍ୱତନ୍ତ୍ର ଉପାୟ

କରୋନାଭାଇରସ୍ ଏବଂ ଲକ୍ଡାଉନ୍ ହେତୁ ଦେଶରେ ଅନେକ ବିବାହ ସ୍ଥଗିତ ରଖାଯାଇଥିଲା ଏବଂ ବିବାହ ହେଉଥିଲେ ମଧ୍ୟ ବହୁ କଷ୍ଟରେ କାରଣ ଆପଣ ସରକାରୀ ପାସ୍ ବିନା ବିବାହ କରିପାରିବେ ନାହିଁ । ଏହା ବ୍ୟତୀତ ବିବାହ ବାହାଘରରରେ ସାମିଲ ଲୋକ ସଂଖ୍ୟା ଉପରେ ମଧ୍ୟ ପ୍ରତିବନ୍ଧକ ରହିଛି । ଏହିସବୁ ସମସ୍ୟା ବ୍ୟତୀତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ରହିଛି ତେଣୁ ଆଜିକାଲି ଲୋକମାନେ ବିବାହ ସ୍ଥଗିତ ରଖିବାକୁ ହିଁ ଠିକ ବୋଲି ଭାବୁଛନ୍ତି କିନ୍ତୁ ଦେଶରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହାର ଯୁଗାଡ଼ ଖୋଜି ଦେଉଛନ୍ତି । ଏପରି ଏକ ଅନନ୍ୟ ବିବାହ ହୋଇଛି ତାମିଲନାଡୁ-କେରଳ ସୀମାରେ । ଏହି ବିବାହ ରାଜ୍ୟର ବର୍ଡ଼ରରେ ଏଥିପାଇଁ ହୋଇଥିଲା କାରଣ ବର ଓ କନ୍ୟା ପରିବାର ଲୋକେ ପାସ୍ ଏବଂ କ୍ୱାରେଣ୍ଟାଇନର ଝିନଝଟରେ ପଡ଼ିବାକୁ ଚାହୁଁନଥିଲେ ।

Couple Gets Married At Tamil Nadu-Kerala Border | Curly Tales

କନ୍ୟା ପ୍ରିୟଙ୍କା କେରଳର ହୋଇଥିବାବେଳେ ବର ତାମିଲନାଡୁରେ ରୁହନ୍ତି । ଏହି ଦୁଇଜଣଙ୍କ ବିବାହ ଚଳିତ ବର୍ଷ 22 ମାର୍ଚ୍ଚରେ ହେବାର ଥିଲା କିନ୍ତୁ ଲକଡାଉନ କାରଣରୁ ସେମାନଙ୍କର ସବୁ ପ୍ଲାନ ବିଫଳ ହୋଇଥିଲା । ଲକଡାଉନରେ କୋହଳ ହେବା ପରେ ବିବାହ ପାଇଁ ପୁଣି ଥରେ ଶୁଭ ମୁହୂର୍ତ୍ତ ବାହାର କରାଯାଇଥିଲା କିନ୍ତୁ ବରଯାତ୍ରୀ ମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନେବା ସହଜ ନଥିଲା । ଏଭଳି ପରିସ୍ଥିତିରେ କେରଳ-ତାମିଲନାଡୁ ସୀମାରେ ଥିବା ଇଡୁକି ଜିଲ୍ଲାର ଚିନ୍ନର ଅଭୟାରଣ୍ୟ ନିକଟରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ସ୍ୱତନ୍ତ୍ର ଅନୁମତି ନିଆଯାଇଥିଲା । ତେବେ ଯଦି ସେ ବିବାହରେ ବରଯାତ୍ରୀ ନେଇଥାନ୍ତେ ତାହେଲେ ଘରକୁ ଫେରିବା ପରେ ତାଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବାକୁ ପଡିଥାନ୍ତା ।

In pics: Couple gets married at Tamil Nadu-Kerala border to avoid ...

ବର ପକ୍ଷରୁ ଏହି ବିବାହରେ 12 ଜଣ ଲୋକ ଯୋଗ ଦେଇଥିବାବେଳେ କନ୍ୟା ପକ୍ଷରୁ 25 ଜଣ ଲୋକ ଥିଲେ । ବିବାହ ସମୟରେ ସାମାଜିକ ଦୂରତାକୁ ଗୁରୁତ୍ତ୍ୱ ଦିଆଯାଇଥିଲା । ସ୍ୱାସ୍ଥ୍ୟ ଇନ୍ସପେକ୍ଟର ଅବଦୁଲ ମାଜିଦଙ୍କ କହିବା ଅନୁଯାୟୀ ଯଦି ଦୁଇ ପକ୍ଷର ଲୋକ ବିବାହ ମଣ୍ଡପ ନିକଟରେ ପହଂଚିଥାନ୍ତେ ତାହେଲେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିଥାନ୍ତା । ତେଣୁ ଉଭୟ ପାର୍ଶ୍ଵର ଲୋକ ନିଜ ନିଜ ରାଜ୍ୟର ବର୍ଡ଼ର ନିକଟରେ ରହି ବିବାହ ଦେଖୁଥିଲେ ଏବଂ ଏହି ବିବାହ ବହୁତ ସ୍ୱତନ୍ତ୍ର ଥିଲା ।

This Couple Got Hitched On The Border Of Kerala And Tamil Nadu ...

ବିବାହ ଉତ୍ସବ ସକାଳ 8.30 ରୁ ଆରମ୍ଭ ହୋଇ ଅଧ ଘଣ୍ଟା ମଧ୍ୟରେ ଶେଷ ହୋଇଥିଲା । ସ୍ଥାନୀୟ ସ୍ୱାସ୍ଥ୍ୟ ନିରୀକ୍ଷକଙ୍କ ତତ୍ତ୍ୱାବଧାନରେ ଏହି ଦମ୍ପତିଙ୍କ ବିବାହ ସମାରୋହ ଶେଷ ହୋଇଥିଲା । ବିବାହ ପରେ ପ୍ରିୟଙ୍କାଙ୍କୁ ତାଙ୍କ ଶ୍ବଶୁର ଘର ଯିବାକୁ ପାସ୍ ଦିଆଯାଇଥିଲା । ପୂର୍ବତନ ବିଧାୟକ ଏ.କେ ମଣି ଏହି ବିବାହକୁ ବର୍ଡ଼ରରେ କରିବାରେ ସାହାଯ୍ୟ କରିଥିଲେ । ସେ କହିଛନ୍ତି ଯେ ଉଭୟ ରାଜ୍ୟରୁ ଅନୁମତି ପାଇବା ପରେ ସେମାନେ ସୀମାରେ ବିବାହ କରିଥିଲେ ।

Leave A Reply

Your email address will not be published.