ପାକିସ୍ତାନୀ କଳାକାରଙ୍କୁ ବଲିଉଡକୁ ନୋ ଏଣ୍ଟ୍ରି , ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ କଲା ଘୋଷଣା

ମୁମ୍ବାଇ : ପାକିସ୍ତାନୀ କଳାକାରଙ୍କୁ ବଲିଉଡକୁ ନୋ ଏଣ୍ଟ୍ରି। ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିଜ ଦ୍ୱାର ସେମାନଙ୍କ ପାଇଁ ବନ୍ଦ। ପାକିସ୍ତାନ ଅଭିନେତା ଓ ଅଭିନେତ୍ରୀଙ୍କୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛି ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ। ଏନେଇ ସଂଘ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି। ପାକ୍‌ କଳାକାରଙ୍କୁ ନେଇ କାମ କରୁଥିବା ସଂସ୍ଥା କିମ୍ବା ସେମାନଙ୍କୁ ଅନୁଗ୍ରହ ଦେଖାଉଥିବା ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ କଟକଣା ଲଗାଇବାକୁ ଚେତାବନୀ ଦିଆଯାଇଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ AICWA ଦୃଢ଼ ନିନ୍ଦା କରିବା ସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇଛି ସିନେ ୱାର୍କର୍ସ ଆସୋସିଏସନ୍‌। ସଂଘ ପକ୍ଷରୁ କୁହାଯାଇଛି ଯେ, ଆମ ପାଇଁ ଦେଶ ପ୍ରଥମ। ଆମେ ଦେଶ ସହ ରହିଛୁ।

CINE ARTIST ASS

Leave A Reply

Your email address will not be published.