ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ପାଇଁ ରିସର୍ଚ୍ଚ କରୁଛନ୍ତି ଆମିର ତନୟା ଇରା

ବଲିଉଡରେ ଏବେ ଅନେକ ଷ୍ଟାର କିଡ ଏଣ୍ଟ୍ରି ମାରୁଛନ୍ତି। ପୂର୍ବରୁ କେତେ ଜଣ ଡେବ୍ୟୁ କରିସାରିଥିବା ବେଳେ ଏବେ ଆମରି ତନୟା ଇରା ଖାନ ଏହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି। କିନ୍ତୁ ଇରା କୌଣସି ଫିଲ୍ମରେ ଅଭିନୟ ନୁହେଁ ବରଂ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଇରା ଖୁବଶୀଘ୍ର ‘ୟୁରିପାଇଡସ୍‌ ମେଡିଆ’ର ନିର୍ଦ୍ଦେଶନା ଦେବେ। ଏହାର କାହାଣୀ ଗ୍ରୀସର ପୌରାଣିକ ତଥ୍ୟ ଉପରେ ଆଧାରିତ। ଏହି ପ୍ଲେର ପ୍ରିମିଅର ଡିସେମ୍ବରରେ ହେବ। ଇରା ଏବେ ଏହି ପ୍ଲେ ପାଇଁ କିଛି ମାସ ପର୍ଯ୍ୟନ୍ତ ରିସର୍ଚ୍ଚ କରୁଛନ୍ତି। ଏହି ଶୋର ପ୍ରିମିଅର ଭାରତର ଅନେକ ସହରରେ ହେବା ସହିତ ଏହାର ରିହରସେଲ ମୁମ୍ବାଇରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି।

ନିକଟରେ ବଲିଉଡର ମିଷ୍ଟର ପରଫେକନିଷ୍ଟ ଆମିର ଖାନଙ୍କ ଝିଅ ଇରା ଖାନଙ୍କ କ୍ରେଜି ଫଟୋଶୁଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ଇରା ବିଭିନ୍ନ ପ୍ରକାର ଅବତାରରେ ନଜର ଆସିଥିଲେ । ସୂଚନା ମୁତାବକ, ଇରା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ସୋସିଆଲ ମିଡିଆରେ ତାଙ୍କର ୭୦ ହଜାରରୁ ଊର୍ଦ୍ଧ ଫଲେୟର୍ସ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.