ଅଧାରୁ ପାଠ ଛାଡ଼ିଲେ ଇରଫାନ୍‌ ଖାନ୍‌ଙ୍କ ପୁଅ ବାବିଲ, କହିଲେ- ଏବେ କେବଳ ଆକ୍ଟିଂ କରିବି

ଦିବଂଗତ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ପୁଅ ବାବିଲ ଖାନ୍‌ ଫିଲ୍ମ Qala ରୁ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବାବିଲ ଏବେ କାମ କରିବା ଆରମ୍ଭ କରିଦେଇଛନ୍ତି। ଫିଲ୍ମ ସାଇନ୍‌ କରିବା ପୂର୍ବରୁ ବାବିଲ ଲଣ୍ଡନ୍‌ର ଫିଲ୍ମ ସ୍କୁଲରେ କୋର୍ସ କରୁଥିଲେ। କିନ୍ତୁ ଏବେ ବାବିଲ ପାଠପଢ଼ାକୁ ମଝିରୁ ହିଁ ଛାଡ଼ିଦେଇଛନ୍ତି। ବାବିଲ ଏହି କୋର୍ସ ଲଣ୍ଡନ୍‌ର ୟୁନିଭର୍ସିଟି ଅଫ୍‌ ବେଷ୍ଟ ମିନିଷ୍ଟରରେ କରୁଥିଲେ। ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ସେ ସୂଚନା ଦେଇଛନ୍ତି। ଏଥିସହ ନିଜ ସାଙ୍ଗମାନଙ୍କ ପାଇଁ ଏକ ନୋଟ୍‌ ବି ଲେଖିଛନ୍ତି।

ଫଟୋରେ ସେ କ୍ୟାମେରା ଧରିଥିବା ଦେଖାଯାଇଛି। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି-ତୁମ ସମସ୍ତଙ୍କୁ ବହୁତ ମିସ୍‌ କରିବି। ମୁମ୍ବାଇରେ ମୋର ମାତ୍ର ୨-୩ଟି ସାଙ୍ଗ ଅଛନ୍ତି। ବିଦେଶ ଥଣ୍ଡା ଜାଗାରେ ଆପଣମାନେ ମୋତେ ଘର ଭଳି ଫିଲ୍‌ କରାଇଥିଲେ। ଏଥିପାଇଁ ବହୁତ ବହୁତ ଧନ୍ୟବାଦ। ଫିଲ୍ମ ପାଇଁ ଆଜି ମୁଁ ମଝିରୁ ପଢ଼ା ଛାଡ଼ୁଛି। କାରଣ ମୁଁ ଏବେ ଆକ୍ଟିଂକୁ ପୂରା ସମୟ ଦେବାକୁ ଯାଉଛି। ଗୁଡ଼ବାଏ ୟୁନିଭର୍ସିଟି ଅଫ୍‌ ବେଷ୍ଟମିନିଷ୍ଟର। ମୋ ସବୁ ବନ୍ଧୁଙ୍କୁ ଢେରସାରା ଭଲ ପାଇବା।

 

View this post on Instagram

 

A post shared by Babil (@babil.i.k)

ସୂଚନାଯୋଗ୍ୟ ଯେ ବାବିଲ ନିଜଡେବ୍ୟୁ ଫିଲ୍ମ ପରେ ଆଉ ଏକ ଫିଲ୍ମରେ ସାଇନ୍‌ କରିଥିବା ନେଇ ଘୋଷଣା କରିଛନ୍ତି। ଏହା ଫିଲ୍ମରେ ସୁଜିତ ସରକାର ନିର୍ଦ୍ଦେଶନା ଦେବେ। ସୁଜିତ୍‌ ଏହା ପୂର୍ବରୁ ଇରଫାନ୍‌ଙ୍କ ସହ ପିକୁରେ କାମ କରିସାରିଛନ୍ତି।

 

View this post on Instagram

 

A post shared by Babil (@babil.i.k)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.