ବର୍ଷା ଅନୁଭବ ବିବାଦରେ ପୁଣି ଟ୍ଵିଷ୍ଟ, ଏବେ ଜାଗ୍ରତିଙ୍କ ଟାର୍ଗେଟରେ ଆସିଲେ ବର୍ଷା ପ୍ରିୟଦର୍ଶନୀ

ଜାଗ୍ରତିଙ୍କ ଟାର୍ଗେଟରେ ଆସିଲେ ବର୍ଷା ପ୍ରିୟଦର୍ଶନୀ। ଅନୁଭବ-ବର୍ଷା ପ୍ରସଙ୍ଗରେ ଚୁପ୍‌ ରହିଥିବା ଜାଗ୍ରତି, ତାଙ୍କୁ ବିବାଦ ଭିତରକୁ ଟଣା ଯାଇଥିବାରୁ କ୍ଷୁବ୍ଧ। ସୋସିଆଲ ମିଡିଆରେ ସାମ୍ନାକୁ ଆସି, ଗାଳିଗୁଳଜ କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ୍‌ କରି, ବର୍ଷାଙ୍କ ଆଡକୁ ଇଙ୍ଗିତ କରିଛନ୍ତି। ସେ କହିଛନ୍ତି ମୁଁ ଜଣେ ସାମ୍ବାଦିକ। ମୋ କାମ ଯାହା ସାଂସଦଙ୍କ ସହ ନିୟମିତ କଥା ହେବାକୁ ପଡେ। ସାଂସଦ ଅନୁଭବ ମହାନ୍ତିଙ୍କ ସହ ମୋର ଭଲ ବୃତ୍ତିଗତ ସମ୍ପର୍କ ରହିଛି। ଆମେ ଭଲ ବନ୍ଧୁ ମଧ୍ୟ। ବୈବାହିକ ବିବାଦକୁ ନେଇ ଅନୁଭବ ଓ ତାଙ୍କ ପରିବାର କଠିନ ସମୟ ଦେଇ ଗତି କରୁଛନ୍ତି। ଅନୁଭବ-ତାଙ୍କ ପତ୍ନୀ ବର୍ଷାଙ୍କ ବିବାଦ ସେମାନଙ୍କ ବ୍ୟକ୍ତିଗତ।

ଜାଗ୍ରତି କହିଛନ୍ତି ଗତ କିଛି ଦିନ ହେବ ସାଧାରଣରେ ତାଙ୍କ ବିରୋଧରେ ଅପମାନଜନକ ବାର୍ତ୍ତା ସହ ଗାଳିଗୁଳଜ କରାଯାଉଛି। ଟ୍ରୋଲିଂ ହେଉଛି ଓ ସୋସିଆଲ ମିଡିଆରେ ପ୍ରଶ୍ନ ଉଠୁଛି। ଯାହା ଆଦୌ ଗ୍ରହଣୀୟ ନୁହଁ। ଅଧିକାଂଶ ଯେଉଁମାନେ ଗାଳିଗୁଳଜ କରୁଛନ୍ତି ଓ ଚରିତ୍ରହରଣ କରୁଛନ୍ତି ସେମାନେ ବର୍ଷା ପ୍ରିୟଦର୍ଶନୀଙ୍କ ଫ୍ୟାନ୍‌। ଯେଉଁମାନେ ଜଣେ ମହିଳାଙ୍କ ସପକ୍ଷରେ ଠିଆ ହେଉଛନ୍ତି, ସେମାନେ କିପରି ଅନ୍ୟ ଜଣେ ମହିଳାଙ୍କ ପ୍ରତି ଅସଭ୍ୟ ଭାଷା ବ୍ୟବହାର କରୁଛନ୍ତି ବୋଲି ଜାଗ୍ରତି ପ୍ରଶ୍ନ କରିଛନ୍ତି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବାକୁ ଚାହୁଁ ନଥିଲେ ମଧ୍ୟ ସୀମା ପାର ହେବାରୁ ପ୍ରତିକ୍ରିୟା ରଖିବାକୁ ବାଧ୍ୟ ହେଲେ ବୋଲି ଜାଗ୍ରତି ଲେଖିଛନ୍ତି। ଗାଳିଗୁଳଜ ଯୋଗୁଁ କେବଳ ସେ ନୁହଁନ୍ତି ତାଙ୍କ ପରିବାର ମଧ୍ୟ ଅସୁବିଧାରେ ପଡିଛନ୍ତି। ଏହା ପଛରେ କିଏ ବୋଲି ପ୍ରଶ୍ନ କରିଛନ୍ତି ଜାଗ୍ରତି। ସେ ଏହାକୁ ନେଇ ପୋଲିସରେ ରିପୋର୍ଟ କରିବେ।

I am Jagrati Shukla, a journalist and my current job requires me to interact with Members of Parliament on regular…

Posted by Jagrati Shukla on Sunday, December 13, 2020

ଏପରି ବ୍ୟବହାର ଓ ଚରିତ୍ରହରଣ ପାଇଁ ଦାୟି କିଏ ତାର ମୂଳକୁ ଯିବେ। ବ୍ୟକ୍ତିଗତ ହୁଅନ୍ତୁ କି ମିଡିଆ ସଂଗଠନ ଯିଏ ବି ଏହା ପଛରେ ଅଛନ୍ତି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ଜାଗ୍ରତି। ମୋର ଓ ମୋ ପରିବାରର ସମ୍ମାନଙ୍କ ପାଇଁ ଆଉ ଚୁପ୍‌ ରହିବେନି ବୋଲି ଜାଗ୍ରତି କହିଛନ୍ତି। ଏପରି ସମ୍ବେଦନଶୀଳ ମାମଲାରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ସିଏମ୍‌ଓ ଓଡ଼ିଶା, ନ୍ୟାସନାଲ କମିଶନ ଫର ୱିମେନଙ୍କ ନିକଟରେ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ବର୍ଷ ପ୍ରିୟଦର୍ଶନୀଙ୍କ ଭଳି ସେଲିବ୍ରିଟି ହୁଅନ୍ତୁ କି ସାଧାରଣ ଜନତା, ସମସ୍ତେ ଆଇନ ଆଖିରେ ସମାନ। ଏହା ସମସ୍ତଙ୍କୁ ଜଣାଇବା ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ଜାଗ୍ରତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.