ଛତିଶଗଡ଼ରରୁ ହାଇଦ୍ରାବାଦ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଗୁରୁତର ଉଦ୍ଧାର କାର୍ଯ୍ୟ ଜାରି

କେନ୍ୟୁଜ ବ୍ୟୁରୋ : ବସ ଦୁର୍ଘଟଣାରେ ୨୦ରୁ ଅଧିକ ଗୁରୁତର । ବସଟି ଛତିଶଗଡ଼ର ଦେଓଭୋଗରୁ ହାଇଦ୍ରାବାଦ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଧର୍ମଗଡ଼ର ଅମ୍ବାପାଣି ଥାନା କେନ୍ଦୁଗୁଡ଼ା ଠାରେ ବସ ଓଲଟି ପଡ଼ିଛି। ଦାଦନଙ୍କୁ ନେଇ ଯାଉଥିବା ବସରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ଏଥିରେ ପ୍ରାୟ ୨୦ରୁ ଅଧିକ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କୋକସରା ଓ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.