Below header

ଅସହାୟ ପିଲାକୁ ଏମିତି ସାହାଯ୍ୟର ହାତ ବଢ଼ାଇଲେ ଜାହ୍ନବୀ, ଭିଡିଓ ଭାଇରାଲ ହେବା ପରେ ସମସ୍ତେ କଲେ ପ୍ରଶଂସା

ଶ୍ରୀଦେବୀ ତନୟା ଜାହ୍ନବୀ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଡ୍ରେସ୍‌ ବା ଷ୍ଟାଇଲ୍‌ ପାଇଁ ନୁହେଁ, ବରଂ ଅନ୍ୟକୁ ସାହାଯ୍ୟ କରି ଏଥିରକ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି ଜାହ୍ନବୀ କପୁର। ଜାହ୍ନବୀ ଆଜି ଏକ ଭୋକିଲା ଛୁଆକୁ ଖାଇବାକୁ ଦେଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଆଜି ଭାଇରାଲ ହେବା ପରେ ଜାହ୍ନବୀ ସବୁ ୟୁଜରଙ୍କ ହୃଦୟ ଜିତିଯାଇଥିବା ଜଣାଯାଇଛି।

 

View this post on Instagram

 

#janhvikapoor snapped at salon in bandra today #viralbayani @viralbhayani

A post shared by Viral Bhayani (@viralbhayani) on

ଭିଡିଓରେ ଜାହ୍ନବୀ ଏକ କମଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ସେଲୁନ୍‌ ଯିବା ପାଇଁ କାର୍‌ରୁ ଓହ୍ଲାଇବା ବେଳେ ଏକ ଛୋଟ ପିଲା ତାଙ୍କୁ କାନ୍ଦି କାନ୍ଦି ଖାଇବାକୁ ମାଗିଥିଲା। ଏହା ଦେଖି ଜାହ୍ନବୀ ଖୁବ୍‌ ଶାନ୍ତ ଭାବେ କାର୍‌କୁ ଫେରି ଏକ ବିସ୍କୁଟ୍‌ ପ୍ୟାକେଟ୍‌ ନେଇ ପିଲାଟିକୁ ଦେଇଥିବା ଦେଖିବାକୁ ମିଳିଛି। ଜାହ୍ନବୀଙ୍କ ଏହି ବଦାନ୍ୟତାର ଭିଡିଓ ଆଜି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି।

ଏହାସହ ପଢ଼ନ୍ତୁ: ପୁଣି ଥରେ ସାମ୍ନାକୁ ଆସିଲା ରାନୁ ମଣ୍ଡଳଙ୍କ ଆଉ ଏକ ଗୀତ, ଏବେ ଶାହାରୁଖଙ୍କ ଗୀତରେ କଲେ କଣ୍ଠଦାନ

କେବଳ ଆଜି ନୁହେଁ ପୂର୍ବରୁ ମଧ୍ୟ ଜାହ୍ନବୀ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିବା ଦେଖିବାକୁ ମିଳିଛି। ସେ ଅନେକ ଥର ଭୋକିଲା ଲୋକଙ୍କୁ ଖାଇବାକୁ ଦେଇଛନ୍ତି। ୨୦୧୮ ମସିହାରେ ଫିଲ୍ମ ଧଡ଼କ ଜରିଆରେ ଡେବ୍ୟୁ କରିଥିବା ଜାହ୍ନବୀ କପୁରଙ୍କ ଦୟା ଭାବନାକୁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.