Below header

ଶାହରୁଖ ଖାନ୍‌ଙ୍କ ‘ଜବାନ’ ପ୍ରଥମ ଦିନରେ ହିଁ ବକ୍ସ ଅଫିସ୍ ସଂଗ୍ରହରେ ସୃଷ୍ଟି କଲା ରେକର୍ଡ

‘ଜବାନ’ ପ୍ରଥମ ଦିନରେ ଭାରତରେ ୭୫ କୋଟି ସଂଗ୍ରହ କରିଛି। ହିନ୍ଦୀ ଭାଷାରେ ୬୫ କୋଟି, ତାମିଲ ଭାଷାରେ ୫ କୋଟି ଏବଂ ତେଲୁଗୁ ଭାଷାରେ ୫ କୋଟି ନେଟ୍‌ କଲେକ୍ସନ ହୋଇଛି।

ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘ଜବାନ’ ଗତକାଲି ରିଲିଜ୍‌ ହୋଇଛି। ବକ୍ସ ଅଫିସରେ ଏହି ଫିଲ୍ମର ଆୟ ଗତ କିଛି ଦିନରୁ ଆରମ୍ଭ ହୋଇଯାଇଥିଲା, ଯେଉଁ କାରଣରୁ ପ୍ରଥମ ଦିନରେ ଫିଲ୍ମଟି କେତେ ରୋଜଗାର କରିବ, ତାହା ଜାଣିବାକୁ ଫ୍ୟାନ୍‌ମାନେ ବେଶ୍‌ ଆଗ୍ରହୀ ଥିଲେ। ଯଦିଓ ପୂର୍ବରୁ କିଛି ଫ୍ୟାନ୍‌ ଅନୁମାନ କରିସାରିଥିଲେ ଯେ ଶାହରୁଖଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ କରିବ। ଆସନ୍ତୁ ଜାଣିବା, ଶାହାରୁଖଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ଏ ପର୍ଯ୍ୟନ୍ତ ବକ୍ସ ଅଫିସ୍‌ରେ କେତେ ଆୟ କରିଛି।

ବକ୍ସ ଅଫିସ୍ ସଂଗ୍ରହର ପ୍ରାଥମିକ ତଥ୍ୟ ଅନୁଯାୟୀ, ‘ଜବାନ’ ପ୍ରଥମ ଦିନରେ ଭାରତରେ ୭୫ କୋଟି ସଂଗ୍ରହ କରିଛି। ହିନ୍ଦୀ ଭାଷାରେ ୬୫ କୋଟି, ତାମିଲ ଭାଷାରେ ୫ କୋଟି ଏବଂ ତେଲୁଗୁ ଭାଷାରେ ୫ କୋଟି ନେଟ୍‌ କଲେକ୍ସନ ହୋଇଛି। ସେହିପରି ବିଶ୍ୱବ୍ୟାପୀ ୧୨୦ କୋଟି ଆୟ ହେବାର ସୂଚନା ରହିଛି।

ଜବାନର ପ୍ରଥମ ଦିନର ସଂଗ୍ରହ ରେକର୍ଡ ଭାଙ୍ଗିଛି। କାରଣ, ଶାହରୁଖ ଖାନଙ୍କ ଏହି ଫିଲ୍ମ ‘ହିନ୍ଦୀ ନେଟ୍‌ ଅଫ୍‌ ଅଲ୍‌ ଟାଇମ୍‌’ରେ ସର୍ବାଧିକ କୋଟି ଓପ୍‌ନିଂ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି। ସୂଚନାଥାଉ କି, ଫିଲ୍ମ ‘ଜବାନ’ରେ ଶାହାରୁଖଙ୍କ ସହ ନୟନ୍ତରା, ବିଜୟ ସେତୁପତି, ସାନ୍ୟା ମାଲହୋତ୍ରା, ପ୍ରିୟମଣି, ଯୋଗୀ ବାବୁ, ସୁନୀଲ ଗ୍ରୋଭର ଓ ରିଦ୍ଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି। ଏଥିରେ ଦୀପିକା ପାଦୁକୋନ ଓ ସଞ୍ଜୟ ଦତ୍ତଙ୍କର ସ୍ୱତନ୍ତ୍ର କାମିଓ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.