Below header

ଗୋଦାମ ସୁପରିଣ୍ଟେଣ୍ଡେଣ୍ଟଙ୍କ ଠାରୁ ୨ ଲକ୍ଷ ୧୪ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ

ଗୋଦାମ ସୁପରିଣ୍ଟେଣ୍ଡେଣ୍ଟଙ୍କ ଠାରୁ ୨ ଲକ୍ଷ ୧୪ ହଜାର ଟଙ୍କା ଜବତ। ଜବତ କଲା ଭିଜିଲାନ୍ସ। ପୁରୀ ନିମାପଡା ୱେୟାର ହାଉସ କର୍ପୋରେସନ ଗୋଦାମ ସୁପରିଣ୍ଟେଣ୍ଡେଣ୍ଟ ଦେବୀପ୍ରସାଦ ମହାନ୍ତି ଭିଜାଲାନ୍ସ ଜାଲରେ ପଡ଼ିଛନ୍ତି ।

ଗୋଦାମ ସୁପରିଣ୍ଟେଣ୍ଡେଣ୍ଟଙ୍କ ଠାରୁ ୨ ଲକ୍ଷ ୧୪ ହଜାର ଟଙ୍କା ଜବତ। ଜବତ କଲା ଭିଜିଲାନ୍ସ। ପୁରୀ ନିମାପଡା ୱେୟାର ହାଉସ କର୍ପୋରେସନ ଗୋଦାମ ସୁପରିଣ୍ଟେଣ୍ଡେଣ୍ଟ ଦେବୀପ୍ରସାଦ ମହାନ୍ତି ଭିଜାଲାନ୍ସ ଜାଲରେ ପଡ଼ିଛନ୍ତି । ନିମାପଡ଼ାରେ ବସକୁ ଅପେକ୍ଷା କରିଥିବା ବେଳେ ତାଙ୍କ ନିକଟରୁ ଭିଜିଲାନସ ଅଧିକାରୀମାନେ ନଗଦ ୨ଲକ୍ଷ ୧୪ ହଜାର ଟଙ୍କା ଜବତ କରିଛନ୍ତି ।

ଅସାଧୁ ଉପାୟରେ ସେ ଏହି ଟଙ୍କା ଉପାର୍ଜନ କରିଥିବା କୁହାଯାଉଛି । ପରବର୍ତ୍ତୀ ସମୟରେ ଯାଞ୍ଚ ବେଳେ ଦେବୀପ୍ରସାଦ ମହାନ୍ତିଙ୍କ ପାଖରୁ ୫୯ ହଜାର ୬୧୦ ଟଙ୍କା ମିଳିଛି । ଭୁବନେଶ୍ବର ୟୁନିଟ-୮ରେ ତାଙ୍କ କ୍ବାର୍ଟର୍ସରେ ରେଡ ବେଳେ ଏକ ଲକ୍ଷ ୮୦ ହଜାର ଟଙ୍କା ମିଳିଛି ।

ଏହାକୁ ମିଶାଇ ମୋଟ୍ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ ହୋଇଛି । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦେବୀ ପ୍ରସାଦ ମହାନ୍ତିଙ୍କ ୩ଟି ଠିକଣାରେ ଚଢ଼ାଉ ଜାରି ରହିଛି । ତେବେ ନଗଦ ଏତେ ଟଙ୍କା କେଉଁଠୁ ଆଣିଲେ ତାର ସେ ସଠିକ ତଥ୍ୟ ଦେଇପାରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.