ଏସିଆ କପ୍‌: ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ନିୟମ ପରିବର୍ତ୍ତନ, ବର୍ଷା ବାଧା ସୃଷ୍ଟି କଲେ ରିଜର୍ଭ ଡେ’ରେ ହେବ ମ୍ୟାଚ୍‌

ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣିଥରେ ହାଇ ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ। ଉଭୟ ଟିମ୍‌ ଏସିଆ କପ୍ ୨୦୨୩ର ସୁପର ୪ ରାଉଣ୍ଡରେ ସେପ୍ଟେମ୍ବର ୧୦ରେ କଲମ୍ବୋରେ ମୁହାଁମୁହିଁ ହେବେ।

ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣିଥରେ ହାଇ ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ। ଉଭୟ ଟିମ୍‌ ଏସିଆ କପ୍ ୨୦୨୩ର ସୁପର ୪ ରାଉଣ୍ଡରେ ସେପ୍ଟେମ୍ବର ୧୦ରେ କଲମ୍ବୋରେ ମୁହାଁମୁହିଁ ହେବେ। ଗତ ୨ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଇଥିଲା। କିନ୍ତୁ ବର୍ଷା ଯୋଗୁ ମ୍ୟାଚ୍ ବାତିଲ ହୋଇଥିଲା। ତେବେ ବର୍ତ୍ତମାନ ରବିବାର ମ୍ୟାଚ୍‌ରେ ମଧ୍ୟ ବର୍ଷାକୁ ନେଇ ନାନା ଆଶଙ୍କା ଦେଖାଦେଇଛି।

ବାସ୍ତବରେ, ଆକ୍ୟୁୱେଦରଙ୍କ ମୁତାବକ, ରବିବାର କଲମ୍ବୋରେ ୭୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଦିନସାରା ପ୍ରବଳ ବର୍ଷା ହୋଇପାରେ। ଏହା ସହିତ ଅପରାହ୍ନ ଆକାଶରେ ୯୯ ପ୍ରତିଶତ ବାଦଲ ଛାଇ ରହିବାର ପୂର୍ବାନୁମାନ କରାଯାଇଛି। ଦ୍ୱିପ୍ରହର ୨ଟା ୩୦ରେ ୭୭ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଥିବାବେଳେ ସନ୍ଧ୍ୟାରେ ୮୦ ପ୍ରତିଶତ ବର୍ଷା ହୋଇପାରେ। ତେଣୁ ରବିବାର ମଧ୍ୟ ଭାରତ-ପାକ୍ ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି।

କିନ୍ତୁ ସେପ୍ଟେମ୍ବର ୧୦ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ବାତିଲ କରାଯିବ ନାହିଁ। ଏକ ରିପୋର୍ଟ ମୁତାବକ, ଯଦି ସେପ୍ଟେମ୍ବର ୧୦ରେ ଭାରତ ଓ ପାକିସ୍ତାନ ମ୍ୟାଚରେ ବର୍ଷା ହୁଏ, ତେବେ ଏଥିପାଇଁ ରିଜର୍ଭ ଡେ’ ରଖାଯାଇଛି। ବର୍ଷା ପାଇଁ ମ୍ୟାଚ୍ ଖେଳା ନ ଯାଇପାରିଲେ, ସେପ୍ଟେମ୍ବର ୧୧ରେ ଖେଳାଯିବ। ରିପୋର୍ଟ ଅନୁସାରେ, ପୂର୍ବ ଦିନ ଯେଉଁଠାରୁ ଖେଳ ବନ୍ଦ ରହିବ, ରିଜର୍ଭ ଡେ’ରେ ସେହିଠାରୁ ପୁଣି ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.