କରୋନା କବଳରେ ଫିଲ୍ମ ‘ଜର୍ସି’ର ଅଭିନେତ୍ରୀ ମୃଣାଳ, ଇନଷ୍ଟାରେ ଦେଲେ ସୂଚନା

କରୋନା ଧୀରେ ଧୀରେ ଭାରତରେ କାୟା ବିସ୍ତାର କରିବାକୁ ଲାଗିଲାଣି। କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିବା ଏବେ ପୁଣି ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପଶିଛି। ଜଣକ ପରେ ଜଣେ ସେଲିବ୍ରିଟି ଏବେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ନିକଟରେ ଅର୍ଜୁନ୍ କପୁର ଆକ୍ରାନ୍ତ ହୋଇଥିବା ବେଳେ ଶନିବାର ଅଭିନେତ୍ରୀ ମୃଣାଳ ଠାକୁରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେ ତାଙ୍କର ଅଫିସିଆଲ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି।
ତାଙ୍କ କରୋନା ଟେଷ୍ଟ୍ ପଜିଟିଭ ବିଷୟରେ ପ୍ରଶଂସକଙ୍କୁ ଅବଗତ କରାଇ ଏଥିରେ କ୍ୟାପସନରେ ଲେଖିଛନ୍ତି,- ମୋ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋ’ଠାରେ କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି। କିନ୍ତୁ ମୁଁ ଏବେ ଭଲ ଅଛି, ମୋର ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଭାଗ ଦେଇଥିବା ନିର୍ଦ୍ଦେଶାବଳୀକୁ ଅନୁସରଣ କରୁଛି। ଏହା ସହିତ ମୃଣାଳ କହିଛନ୍ତି, ସମସ୍ତଙ୍କୁ ନିବେଦନ କରୁଛି, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସମସ୍ତେ କରୋନା ଟେଷ୍ଟ କରାଇ ନିଅନ୍ତୁ। ଘରେ ରୁହନ୍ତୁ। ସୁସ୍ଥ ରୁହନ୍ତୁ।
— Shahid Kapoor (@shahidkapoor) December 28, 2021
ନିକଟରେ ମୃଣାଳ ଏବଂ ଶାହିଦ ଫିଲ୍ମ ‘ଜର୍ସି’ର ପ୍ରମୋସନ ପାଇଁ କପିଲ ଶର୍ମା ଶୋକୁ ମଧ୍ୟ ଆସିଥିଲେ। ଏହାଛଡା ଦୁହେଁ ଫିଲ୍ମର ପ୍ରମୋସନରେ ଲାଗିଥିଲେ। କିନ୍ତୁ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ମାମଲା ବୃଦ୍ଧିପାଉଥିବା ଯୋଗୁଁ ଏହି ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୁଞ୍ଚାଯାଇଛି। ଫିଲ୍ମଟି ଡିସେମ୍ବର ୩୧ ରେ ରିଲିଜ ହେବାର ଥିଲା।