ଅପରିଷ୍କାର ମାସ୍କକୁ ପିନ୍ଧିବା ଦ୍ୱାରା ଅନେକ ରୋଗ ମାଡ଼ି ବସେ, ଜାଣନ୍ତୁ ବର୍ତ୍ତିବାର ଉପାୟ

କରୋନା ଭାଇରସ୍‌ ରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ବାରମ୍ବାର ଏହାକୁ ନେଇ ଚେତାବନୀ ଦିଆଯାଉଛି। କରୋନାରୁ ମୁକ୍ତି ପାଇଁ ପ୍ରତିଦିନ ମାସ୍କ ପିନ୍ଧିବା ଏବଂ ଭିଡ଼ ସ୍ଥାନରୁ ନିଜକୁ ଦୂରେଇ ରଖିବା , ଶାରୀରିକ ଦୂରତା ସହ ସାମାଜିକ ଦୂରତାର ଉଚିତ ପାଳନ କରିବା। କିନ୍ତୁ ପ୍ରାୟ ସମସ୍ତେ ଗୋଟିଏ ମାସ୍କକୁ ଅଧିକ ଦିନ ଧରି ପିନ୍ଧି ଚାଲନ୍ତି। ଯାହା ବିଲକୁଲ ବି ଠିକ ନୁହେଁ। ତେବେ ଫେସ ମାସ୍କ ବ୍ୟବହାର କରିବାର ଉଚିତ ଶୈଳୀ ସମ୍ପର୍କରେ ଆମେ ଆଜି ଆପଣଙ୍କୁ କହିବୁ।

କୋଭିଡ଼ ମହାମାରୀରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବା ଯେତେ ଜରୁରୀ ତାଠୁ ଅଧିକ ଜରୁରୀ ସଫା ମାସ୍କ ପିନ୍ଧିବା। ନଚେତ ରୋଗ ହେବାର ଭାରି ସମ୍ଭାବନା ରହିଥାଏ। ଏହି କଥାକୁ ପ୍ରାୟତଃ ସମସ୍ତେ ଜାଣି ନଥାନ୍ତି। କରୋନାରୁ ମୁକ୍ତି ପାଇଁ ମାସ୍କର ଅନେକ ଭୁଲ ବ୍ୟବହାର କରନ୍ତି।

ମହାମାରୀରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇଥାଏ। କିନ୍ତୁ ଅଧିକ ସମୟ ଧରି ଗୋଟିଏ ମାସ୍କକୁ ପିନ୍ଧିବା ଦ୍ୱାରା ତାହା ଅପରିଷ୍କାର ହୋଇଯାଏ। ଏହାକାରଣରୁ ଅନେକ ରୋଗ ହେବାର ସମ୍ଭାବନା ଥାଏ। ଲୋକମାନେ ଅଜାଣତରେ କରୋନାଠୁ ବଞ୍ଚିବା ପାଇଁ ଅନ୍ୟ ରୋଗର ନିକଟତର ହୋଇଯାନ୍ତି। ଅପରିଷ୍କାର ମାସ୍କ ପାଇଁ ଗଳା ଦର୍ଜ ହେବା ,ଇନଫେକସନ୍‌, ପେଟ ଜଡ଼ିତ ସମସ୍ୟା ସହ ଶ୍ୱାସ ସମ୍ବନ୍ଧୀୟ ରୋଗ ଆଦି ଆରମ୍ଭ ହୁଏ।
ମନେ ରଖନ୍ତୁ ମାସ୍କ ଅପରିଷ୍କାର ହେଲେ ଛିଦ୍ରରେ ମଇଳା ଜମାଟ ବାନ୍ଧିଯାଏ। ଏହା କାରଣରୁ ମାସ୍କରେ ଅକ୍ସିଜେନ ଲେଭଲ କମିଯାଏ। ଏହା କାରଣରୁ ମାସ୍କରେ ନିଶ୍ୱାସ ନେବା କଷ୍ଟ ହୋଇଯାଏ। ଏମିତିକି ଅଣନିଶ୍ୱାସୀ ମଧ୍ୟ ହେବାର ସମସ୍ୟା ଦେଖାଯାଏ।

ଜାଣନ୍ତୁ ମାସ୍କକୁ କେତେଦିନ ବ୍ୟବହାର କରିବା ଉଚିତ:

-ଯଦି ଆପଣ କପଡ଼ା ମାସ୍କ ବ୍ୟବହାର କରୁଛନ୍ତି ତେବେ ଆପଣ ସେହି ମାସ୍କକୁ ୩ମାସ ପର୍ଯ୍ୟନ୍ତ କେବଳ ବ୍ୟବହାର କରିପାରିବେ। ପରେ ଏହାକୁ ନିଶ୍ଚିତ ଭାବେ ବଦଳାନ୍ତୁ।
-ଯଦି ଡିସପୋଜାଲ ଏନ ୯୫ ମାସ୍କକୁ ବ୍ୟବହାର କରୁଛନ୍ତି। ତେବେ ଏହାକୁ ୨ମାସରେ ବଦଳାନ୍ତୁ।
-ଯଦି ଆପଣ ସର୍ଜିକାଲ ଥ୍ରୀ ଲେୟାର ମାସ୍କକୁ ପିନ୍ଧୁଛନ୍ତି ତେବେ ଆପଣ ଏହି ମାସ୍କକୁ ୩ରୁ ୪ଘଣ୍ଟା ମଧ୍ୟରେ ବଦଳାନ୍ତୁ।
-ଏହା ବ୍ୟତିତ ରିୟୁଜେବଲ ମାସ୍କକୁ ଦୁଇମାସ ଭିତରେ ପରିବର୍ତ୍ତନ କରନ୍ତୁ।

ମନେ ରଖନ୍ତୁ ମାସ୍କକୁ କେବଳ ପାଣିରେ ଧୋଇ ବାରମ୍ବାର ପିନ୍ଧିବା ଉଚିତ ନୁହେଁ। ପ୍ରଥମେ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ ପାଣିରେ ବୁଡ଼ାଇ ରଖନ୍ତୁ। ପରେ ସାବନୁ ଲଗାଇ ଏହାକୁ ସଫା କରନ୍ତୁ ।ଏହା ପରେ ଟାଣ ଖରାରେ ଏହାକୁ ଶୁଖାନ୍ତୁ। ଏହାପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଏହାକୁ ପିନ୍ଧିବା ପୂର୍ବରୁ ସାନିଟାଇଜ କରିନିଅନ୍ତୁ।