ଗଣତନ୍ତ୍ର ଦିବସରେ ଫ୍ଯାନଙ୍କୁ ସରପ୍ରାଇଜ ଦେଲେ ଜନ, ଘୋଷଣା କଲେ ଫିଲ୍ମ ‘ସତ୍ଯମେବ ଜୟତେ ୨’ ର ରିଲିଜ ଡେଟ୍

ବଲିଉଡ ଅଭିନେତା ଜନ ଆବ୍ରାହମ ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭକାମନା ଦେଇ ନିଜର ଅପକମିଂ ଫିଲ୍ମ ‘ସତ୍ଯମେବ ଜୟତେ ୨’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଜନ ସୋସିଆଲ ମିଡିଆରେ ପୋଷ୍ଟ କରି ଫିଲ୍ମର ରିଲିଜ ଡେଟ୍ ଘୋଷଣା କରିଛନ୍ତି। ଫିଲ୍ମ ଚଳିତବର୍ଷ ଇଦରେ ରିଲିଜ ହେବ।

ଜନ ପୋଷ୍ଟ ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ହାତରେ ଭାରତର ତ୍ରିରଙ୍ଗା ହଲାଉଥିବା ନଜର ଆସିଛନ୍ତି। ଏହି ଫଟୋରେ ସେ ବିଲକୁଲ ଦେଶୀ ଅବତାରରେ ନଜର ଆସିଛନ୍ତି। ମୁହଁରେ ବଡ ବଡ ନିଶ ଏବଂ ପଗଡି ଲଗାଇ ନଜର ଆସିଛନ୍ତି। ଏହା ସହିତ ଲେଖିଛନ୍ତି ‘ ତନ ମନ ଧନ ସେ ବଢକର ଜନ ଗଣ ମନ… ସତ୍ଯମେବ ଜୟତେ ୨’। ଫିଲ୍ମର ସମସ୍ତ ଟିମ୍ ମେମ୍ବରଙ୍କୁ ଗଣତନ୍ତ୍ର ଦିବସର ଶୁଭକାମନା ଜଣାଇଛନ୍ତି।

ଫିଲ୍ମ ସତ୍ଯମେବ ଜୟତେକୁ ଦର୍ଶକ ବେଶ ପ୍ରଶଂସା କରିଥିଲେ ଏବଂ ସିକ୍ବେଲକୁ ବହୁତ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.