କରୋନା ଚିନ୍ତା ଦୂର ପାଇଁ ଏହି ଦେଶରେ ଆରମ୍ଭ ହେଲା ବିୟର ଯୋଗ ! ହାତରେ ବିୟର ଗ୍ଲାସ୍‌ ଧରି ଖୁବ୍‌ ମଜା ଉଠାଉଛନ୍ତି ଲୋକେ

କରୋନା ଯୋଗୁ ଅନେକ ଲୋକ ମାନସିକ ଚିନ୍ତାରେ ରହିଛନ୍ତି। କିଛି ଲୋକ ପରିଜନଙ୍କୁ ହରାଇ ଏକୁଟିଆ ହୋଇଯାଇଥିବା ବେଳେ ଆଉ କିଛି ଲୋକଙ୍କର ଚାକିରି ଚାଲିଯାଇଛି। ଏହାରି ଭିତରେ କମ୍ବୋଡିଆର ଏକ କମ୍ପାନୀ ଏହି ଚିନ୍ତା ଦୂର କରିବା ପାଇଁ ଏକ ନୂଆ ତରିକାର ଯୋଗ ବାହାର କରିଛି। ଟୁ ବର୍ଡ କ୍ରାଫ୍ଟ ବିୟର ବ୍ରୁଅରୀ ଏହି ସର୍ଭିସ୍‌ ଆରମ୍ଭ କରିଛି। ଏହାର ମାଲିକ ହାଥରେ ବିୟର ଗ୍ଲାସ ଧରି ପ୍ରଥମେ ଯୋଗ ଆରମ୍ଭ କରିଥିଲେ। ତାଙ୍କ ସହିତ କେବଳ ଲୋକାଲ ଲୋକ ନୁହନ୍ତି, ବରଂ ବିଦେଶୀ ଲୋକ ମଧ୍ୟ ସାମିଲ ହୋଇଥିଲେ।

ସେମାନଙ୍କ ମଧ୍ୟରୁ ୨୫ ବର୍ଷୀୟା ଜଣେ ଯୁବତୀ କୁହନ୍ତି, ଏହି ପୋଜ୍‌ରେ ଯୋଗ କରିବାରେ ଆଦୌ ବିରକ୍ତ ଲାଗୁନାହିଁ। ତାଙ୍କୁ ଏହି ବିୟର ଯୋଗ ଅଧିକ ଭଲ ଲାଗୁଛି। ତେବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ ଲୋକେ ହାତରେ ବିୟର ଗ୍ଲାସ୍‌ ଧରି ଯୋଗ କରୁଥିବା ବେଳେ ମଝିରେ ମଝିରେ ବିୟର ପିଉଛନ୍ତି। ଯୋଗ ପ୍ରଶିକ୍ଷକଙ୍କ କହିବା ହେଲା, ଏହା ସିରିୟସ୍‌ ଯୋଗ ନୁହେଁ। ଏପରି କରିବା ଦ୍ୱାରା ଲୋକଙ୍କର ମନୋରଞ୍ଜନ ହୋଇପାରୁଛି। ଯଦିଓ ଏହା ପ୍ରଥମ ଥର ହୋଇନାହିଁ, ପୂର୍ବରୁ ମଧ୍ୟ ୨୦୧୩ରେ ବର୍ନିଙ୍ଗ ମ୍ୟାନ୍‌ ଫେଷ୍ଟିଭାଲ ୟୁଏସ୍‌ଏରେ ଏମିତି ଯୋଗ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.