ସୋସିଆଲ ମିଡିଆରେ ଛାଇ ରହିଛନ୍ତି ଏହି କୁନି ମହମ୍ମଦ ରଫି, ଶୁଣନ୍ତୁ ତାଙ୍କର ଏହି ଗୀତ

ଆମ ଦେଶରେ ଅନେକ ପ୍ରତିଭା ଭରି ରହିଛି, ଯାହାକୁ କେବଳ ଚିହ୍ନିବା ଏବଂ ସମସ୍ତଙ୍କ ଆଗକୁ ଆଣିବାର ଅପେକ୍ଷା ରହିଛି। ଏଭଳି ଜଣେ ପ୍ରତିଭାବାନ୍‌ ବାଳକ ହେଉଛନ୍ତି କୋଝିକୋଡର ସୌରଭ କିଶନ, ଯାହାଙ୍କୁ ଏବେ ‘ଛୋଟା ରଫି’ କୁହାଯାଉଛି। ୨୩ ବର୍ଷିୟ ସୌରଭ ନିଜର ପ୍ରତିଭା ବଳରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ସୌରଭ ବଲିଉଡର କିମ୍ବଦନ୍ତୀ ସ୍ୱର୍ଗତ ଗାୟକ ମହମ୍ମଦ ରଫିଙ୍କ କଣ୍ଠ ସ୍ୱର ସମାନ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ସୌରଭଙ୍କ କଣ୍ଠ ସ୍ୱରରେ ଟ୍ଵିଟର ବ୍ୟବହାରକାରୀ ଜୁଡିଶ ରାଜ ମନ୍ତ୍ରମୁଗ୍ଧ ହେବା ସହ ତାଙ୍କର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

chota rafi1ସୂଚନା ମୁତାବକ କୋଟିପତି ବ୍ୟବସାୟୀ ଏବଂ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ପ୍ରତିଭାଶାଳୀ ବାଳକଙ୍‌କ ଭିଡିଓ ଦେଖିବା ପରେ ରିଟ୍ଵିଟ କରି କହିଛନ୍ତି, ‘‘ଆମେ ପୁଣି ଜଣେ ମହମ୍ମଦ ରଫିଙ୍କ ପାଇଁ ଅପେକ୍ଷା କରି ରହିଛୁ। ବର୍ତ୍ତମାନ ଏହି ଭିଡିଓ ଦେଖିବା ପରେ ଲାଗୁଛି ବର୍ତ୍ତମାନ ଆଉ ଅପେକ୍ଷ କରିବାକୁ ପଡିବ ନାହିଁ. . .ମୁଁ ଏହି ପ୍ରତିଭାବାନ୍‌ ବାଳକଙ୍କ କଣ୍ଠ ସ୍ୱର ଶୁଣିବା ପରେ ଭିଡିଓ କ୍ଲିପ୍‌ ବନ୍ଦ କରିପାରିଲି ନାହିଁ।’’

ଏହି ରିଟ୍ୱିଟରେ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି ‘‘ଖାସ୍‌ ସୌରଭ ୨୦ ବର୍ଷ ପୂର୍ବରୁ ଜନ୍ମ ହୋଇଥାଏ . . . ତାଙ୍କ ପ୍ରତିଭାକୁ ପ୍ରକୃତ ପରିଚୟ ମିଳିଯାଇଥାନ୍ତା ଆଜିର ଦୁନିଆରେ ଯେଉଁଠାରେ “ଅଟୋ-ଟ୍ୟୁନ୍” ଗାୟକ ଏବଂ ରାପ୍ ରଚନାଙ୍କ ନାମରେ ସଙ୍ଗୀତ ଅପମାନିତ ହେଉଛି, ସେଠାରେ ପ୍ରକୃତ ଏବଂ ନିର୍ମଳ ପ୍ରତିଭା ପାଇଁ କୌଣସି ସ୍ଥାନ ନାହିଁ |

ସୂଚନା ଅନୁଯାୟୀ ସୌରଭ କିଶନ ଚାଇନାରେ ମେଡିସିନ୍ ଅଧ୍ୟୟନ କରୁଛନ୍ତି। ତାଙ୍କର ଯାତ୍ରା ବିଷୟରେ କଥାବାର୍ତ୍ତା କରିବାବେଳେ ସେ କହିଛନ୍ତି ଯେ ସେ ସର୍ବଦା ସଙ୍ଗୀତ ଦ୍ୱାରା ଘେରି ରହିଥିଲେ ଏବଂ ୪ ବର୍ଷ ବୟସରୁ ତାଙ୍କର ସଂଗୀତ ପ୍ରତି ଭଲପାଇବା ଥିବାରୁ ସେ ସର୍ବଦା ଗୀତ ଗୁଣୁଗୁଣୁ କରିଥାନ୍ତ। ଏଥିସହ ସୌରଭ କହିଛନ୍ତି, ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବାବେଳେ ରାଫି ସାହେବଙ୍କ ଗୀତଗୁଡ଼ିକ ତାଙ୍କ ସଂଗୀତର ଏକ ଅଂଶ ଥିଲା |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.