Below header

ବାଇକରୁ ପାଖାପାଖି ୧୬.୬୫୯ ଲିଟର ବିଦେଶୀ ମଦ ଜବତ, ଜଣଙ୍କୁ ଗିରଫ କଲା ମୋହନା ପୋଲିସ୍

ମୋହନା: ଗଜପତି ଜିଲ୍ଲା ମୋହନା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ କମଳାପୁର ନାକା ଗେଟ ନିକଟରୁ ଏକ ବାଇକ୍ କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ  ସମୟରେ ବାଇକରୁ ପାଖାପାଖି ୧୬.୬୫୯ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଏହି ଘଟଣାରେ ଗଞ୍ଜାମ ଜ଼ିଲ୍ଲା ପାଟପୁର ଥାନା ଗଗରାମେରୀ ଗ୍ରାମର ସମୀର କୁମାର ପ୍ରଧାନଙ୍କୁ ଗିରଫ କରିଛି ମୋହନା ପୋଲିସ l

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରୁ ବିଦେଶୀ ମଦ ଆଣି ଗଜପତି ଜିଲ୍ଲାର ଗୋବିନ୍ଦପୁର ଗ୍ରାମରେ ଚୋରାରେ ବିକ୍ରି କରୁଥିଲା ସମୀର। ଏ ବାବଦରେ ମୋହନା ଥାନାରେ ୧୪୩/୨୦ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.