ସୁନା ଦୋକାନରୁ ଗରାଖ ହୋଇ ଲୁଟିନେଲେ ଅଳଙ୍କାର, ସିସିଟିଭିରେ କଏଦ୍ ହେଲା ଭିଜୁଆଲ୍

ଯାଜପୁର (କେନ୍ୟୁଜ) : ଦିନ ଦ୍ଵିପ୍ରହରରେ ସୁନା ଦୋକାନରୁ ଚୋରି। ସିସିଟିଭିରେ କଏଦ ହେଲା ଦୃଶ୍ୟ। ଘଟଣାପରେ ଥାନାରେ ଏତଲା ଦେଲେ ସମ୍ପୃକ୍ତ ସୁନା ଦୋକାନୀ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଓଳାଶୁଣୀ ନାମକ ସୁନା ଦୋକାନରେ।

ସୂଚନା ମୁତାବକ, ଦିନ ଦ୍ୱିପ୍ରହରରେ ଦୁଇ ଜଣ ଦୁର୍ବୁତ୍ତ ଚତୁରତାର ସହ ସୁନା ଦୋକାନକୁ ଆସି ସୁନା କିଣିବା ବାହନାରେ ସୁନା ଦେଖି ଥିଲେ। କିଛି ସମୟ ପରେ ସୁନା ଜିନିଷ ଥିବା ଏକ ପ୍ୟାକେଟକୁ ନେଇ ଦୌଡ଼ି ପଳାଇ ଥିଲେ। ଯାହାର ଭିଡିଓ ଫୁଟେଜ ସିସିଟିଭିରେ କଏଦ ହୋଇଛି। ଏ ନେଇ ଦୋକାନୀ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚୋରି ହୋଇଥିବା ସୁନା ଅଳଙ୍କରର ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ସମ୍ପୃକ୍ତ ସୁନା ଦୋକାନୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

You might also like