LIC ରେ ନିଯୁକ୍ତି ଜାରି, ଖାଲି ପଡିଛି ୫୦୦୦ ପଦବୀ

ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ବୀମା ପ୍ରତିନିଧି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ ଏହି ପଦବୀରେ ନିଯୁକ୍ତି ପାଇଁ ଇଛୁକ ଆବେଦନକାରୀ ଆସନ୍ତା ୨୮.୦୨.୨୦୨୧ ମଧ୍ୟରେ ଅନଲାଇନ୍‌ ଆବେଦନ ପତ୍ର ଜମା କରିପାରିବେ।

ଜାଣନ୍ତୁ ନିଯୁକ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ:

ବୋର୍ଡ ନାମ: ଭାରତୀୟ ଜୀବନ ବୀମା ନିଗମ

ପଦବୀ ନାମ: ବୀମା ପ୍ରତିନିଧି

ଖାଲି ରହିଥିବା ପଦବୀ ସଂଖ୍ୟା: ୫୦୦୦

ଆବେଦନ କରିବାର ଶେଷ ତାରିଖ: ୨୮/୦୨/୨୦୨୧

ବୟସ ସୀମା:

ଭାରତୀୟ ଜୀବନ ବୀମା ନିଗମରେ ବୀମା ପ୍ରତିନିଧି ପଦବୀରେ ନିଯୁକ୍ତି ପାଇଁ ନ୍ୟୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୪୫ ବର୍ଷ ନିର୍ଦ୍ଦାରିତ କରାଯାଇଛି।

job-searchଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥା କିମ୍ବା ବିଶ୍ୱବିଦ୍ୟାଳୟରୁ SSC ପୁରା କରିସାରିଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

ଜାଣନ୍ତୁ କିପରି କରିବେ ଆବେଦନ:

ଆବେଦନକାରୀ ଅଧିକାରୀକ େଓ୍ଵବସାଇଟ୍‌ @httas://rojgar.mahaswayam.gov.in/ କୁ ଯାଇ ବୀମା ପ୍ରତିନିଧି ଭର୍ତ୍ତି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ଏବଂ ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢନ୍ତୁ। ଏହାପରେ ଯଦି ଆପଣ ୁପରୋକ୍ତ ପଦବୀ ପାଇଁ ନିଜକୁ ଯୋଗ୍ୟ ମନେ କରୁଛନ୍ତି ତେବେ ଆବେଦନ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ରେଜିଷ୍ଟ କରିବା ପାଇଁ ଆପଣ ଆଧାର ନମ୍ବର ଏବଂ ମେଲ୍‌ ଆଇଡି ଦିଅନ୍ତୁ। ଏହାପରେ ଆବଶ୍ୟକ ବିବରଣୀ ପାଇଁ ଅନଲାଇନ୍‌ ଆବେଦନ ପତ୍ର ଜମା କରି ସମିଟ୍‌ ବଟନ୍‌ କ୍ଲିକ୍‌ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.