ବିବାହ ସମୟ ପାଖେଇ ଆସୁଛି କି ? ତାହେଲେ ନିଶ୍ଚୟ ଫଲୋ କରନ୍ତୁ ଏହି ଡାଏଟ ଟିପ୍ସ ଆଉ ରୁହନ୍ତୁ ପୁରା ଫିଟ ଏବଂ ସୁନ୍ଦର

ଲକଡାଉନ ପାଇଁ ଆଉ କିଛି ପରିବର୍ତ୍ତନ ହେଉ କି ନହେଉ ସମସ୍ତଙ୍କ ଚେହେରାରେ ପରିବର୍ତ୍ତନ ନିଶ୍ଚୟ କରିଛି । ଅଧିକାଂଶ ଲୋକ ଏହି ଲକଡାଉନରେ ନିଜର ଓଜନ ବଢ଼ାଇ ଦେଇଛନ୍ତି । ବିବାହ ପାଖେଇ ଆସୁଛି ଆଉ ସେଥିପାଇଁ ଆପଣ ନିଜକୁ ଫିଟ ରଖିବାକୁ ଚାଁହୁଛନ୍ତି । ସେଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ କିଛି ଛୋଟ ଛୋଟ କଥାର ଧ୍ୟାନ ରଖିଲେ ଆପଣ ମଧ୍ୟ ନିଜର ଓଜନ କମାଇବା ସହିତ ସୁନ୍ଦର ଚେହେରା ଟିଏ ପାଇପାରିବେ ସେଥିପାଇଁ ଆପଣଙ୍କୁ କିଛି ଡାଏଟ ଟିପ୍ସ ଫଲୋ କାଇବାକୁ ପଡିବ । ତାହେଲେ ଆସନ୍ତୁ ଜାଣିବା କଣ ସେହି ଡାଏଟ ଟିପ୍ସ ଯାହାକୁ ଫଲୋ କରିବା ଦ୍ୱାରା ଆପଣ ଏକ ସୁନ୍ଦର ଚେହେରା ପାଇପାରିବେ ।

ପ୍ରତିଦିନ ନଡ଼ିଆ ପାଣି ପିଅନ୍ତୁ

6 Diabetes Benefits Of Drinking Coconut Water - The Wellthy Magazine

ଯଦି ଆପଣ ଘରୁ ନିୟମିତ ଭାବେ ବାହାରକୁ ଯାଉଛନ୍ତି ସପିଙ୍ଗ ପାଇଁ ହେଉ କିମ୍ବା ଅଫିସ ତାହେଲେ ପ୍ରତିଦିନ ନଡ଼ିଆ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ଯାହା ଆପଣଙ୍କୁ ପ୍ରାକୃତିକ ଭାବରେ ଚମକୁଥିବା ତ୍ୱଚା ଦେବାରେ ସାହାଯ୍ୟ କରିବ ।

ଅନ୍ୟ ମିଠା ପାନୀୟରେ ପାଣି ମିଶାଇ ପିଅନ୍ତୁ

ସାଧାରଣତଃ ଆପଣ ଜାଣିନଥିବେ ଯେ ଗୋଟେ କେନ ସୋଡ଼ାରେ 10 ଚାମଚ ଚିନି ରହିଥାଏ । ତେବେ ଚିନି କେବଳ ତ୍ୱଚାକୁ ଖରାପ କରେନି ବରଂ ଆପଣଙ୍କ ଶରୀରରେ ଶକ୍ତିକୁ ମଧ୍ୟ କମ କରିଥାଏ । ସେଥିପାଇଁ ସର୍ବଦା ସୋଡା଼/ କୋଲା କିମ୍ବା ଅନ୍ୟ ମିଠା ପଦାର୍ଥ ପରେ ଏକ ଗ୍ଲାସ ପାଣି ପିଇବାକୁ ଭୁଲନ୍ତୁ ନାହିଁ ।

ବ୍ରାଉନ ବ୍ରେଡ

Brown Bread Recipe | How to Make Bread | Whole Wheat Bread Recipe

ମନେରଖନ୍ତୁ ସର୍ବଦା ହ୍ୱାଇଟ ବ୍ରେଡ ବଦଳରେ ବ୍ରାଉନ ବ୍ରେଡ ଖାଇବାକୁ ଚେଷ୍ଟା କରନ୍ତୁ ।

ଘର ଖାଇବା

ସାଧାରଣତଃ ଅଧିକାଂଶ ଲୋକ ବାହାର ଖାଇବା ପସନ୍ଦ କରିଥାନ୍ତି କିନ୍ତୁ ଯଦି ଆପଣ ଡାଏଟରେ ଅଛନ୍ତି ତାହେଲେ ସର୍ବଦା ଘରର ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।

ପର୍ଯ୍ୟାପ୍ତ ଫଳ

Fruits

ଦିନର ଆରମ୍ଭ ଆପଣ ଫଳରୁ କରନ୍ତୁ । ଗୋଟିଏ ଦିନରେ ଆପଣ ପର୍ଯ୍ୟାପ୍ତ ପରିମାଣର ଫଳ ଖାଇବା ଉଚିତ ।

ବାରମ୍ବାର ଖାଆନ୍ତୁ କିନ୍ତୁ କମ ଖାଆନ୍ତୁ

ଗୋଟିଏ ଦିନରେ ତିନିଥର ଅଧିକ ଅଧିକ ଖାଇବା ବଦଳରେ ଆପଣ କମ କମ ଅଧିକଥର ଖାଦ୍ୟ ଗ୍ରହଣ କରନ୍ତୁ । ଯାହା ଆପଣଙ୍କ ପାଚକତନ୍ତ୍ରକୁ ସାରା ଦିନ ଆକ୍ଟିଭ ରହିଥାଏ ।

ବଡ଼ ବ୍ରେକଫାଷ୍ଟ ଛୋଟ ଡିନର

Breakfast foods you should completely avoid

କଥାରେ ଏକ ରାଜାଙ୍କ ପରି ସକାଳ ଜଳଖିଆ । ସାଧାରଣ ଲୋକ ପରି ମଧ୍ୟାହ୍ନ ଭୋଜନ ଓ ଭିକାରୀଙ୍କ ପରି ରାତ୍ରି ଭୋଜନ କରିବା ଉଚିତ । ଏହା ଏଥିପାଇଁ କୁହାଯାଏ କାରଣ ରାତ୍ରି ସମୟରେ ଆମେ ଖାଇକି ସୋଇଥାଉ ସେଥିପାଇଁ ସେତେବେଳେ ଆମ ଶରୀରର ମୋଟାବିଲିଯିମ ସବୁଠାରୁ ଅଧିକ ହୋଇଥାଏ । ଏହି ପ୍ରକାରେ ଆମକୁ ସକାଳର ଖାଦ୍ୟରେ ଅଧିକ ଖାଇବା ଉଚିତ କାରଣ ଏହାକୁ ହଜମ କରିବାପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମୟ ରହିଥାଏ ।

ଧୀରେ ଧୀରେ ଖାଆନ୍ତୁ

ଯେତେବେଳେ ବି ଆପଣ ଖାଦ୍ୟ ଖାଉଛନ୍ତି ସର୍ବଦା ଆପଣ ଧୀରେ ଧୀରେ ଖାଇବାକୁ ଚେଷ୍ଟା କରନ୍ତୁ । ଏହା ଏଥିପାଇଁ କାରଣ ପେଟ ଭରିଗଲା ପରେ ଆପଣଙ୍କ ପେଟ ଅପଣଙ୍କ ମସ୍ତିଷ୍କକୁ ସଂକେତ ପଠାଇଥାଏ । ଯଦି ଆପଣ ଜଲଦି ଜଲଦି ଖାଉଛନ୍ତି ତେବେ ଆପଣଙ୍କ ମସ୍ତିସ୍କରେ ସଂକେତ ପହଂଚିବା ବେଳକୁ ଆପଣଙ୍କ ଆବଶ୍ୟକତା ଠାରୁ ଅଧିକ ଖାଇସାରିଥିବେ ଯାହାକି ଆପଣଙ୍କ ମୋଟାପଣର କାରଣ ସାଜିଥାଏ ।

ଡ୍ରାଏ ଫ୍ରୁଟ

Ahead of festive season, Dry fruit prices skyrocketing | Mumbai

ଦିନ ଭିତରେ ନିଜ ଶରୀରକୁ ଆବଶ୍ୟକାଇଞ ପରିମାଣର ନ୍ୟୁଟ୍ରିସନ ଏବଂ ଶକ୍ତି ଯୋଗାଇବା ପାଇଁ ଆପଣ ଡ୍ରାଏ ଫ୍ରୁଟକୁ ନିଜ ଖାଦ୍ୟାରେ ସାମିଲ କରନ୍ତୁ ।

ରାତ୍ରି ଭୋଜନ ଶୀଘ୍ର କରନ୍ତୁ

The "Oops! I Forgot to Thaw the Chicken" Dinner Recipe | Allrecipes

କୁହାଯାଏ ଶୋଇବାର 2-3 ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରିବା ଉଚିତ । ଏହା ଆପଣଙ୍କ ଶରୀରକୁ କିଛି କ୍ୟାଲୋରୀ ବର୍ନ କରିବାରେ ସାହାଯ୍ୟ କରିଥାଏ । ଖାଦ୍ୟ ଖାଇସାରିବା ପରେ ତୁରଂତସୋଇପଡିବ ଆପଣଙ୍କ ମୋଟାପଣର କାରଣ ସାଜିଥାଏ । ସେଥିପାଇଁ ସବୁବେଳେ ରାତି 8ଟା ରୁ 9ଟା ଭିତରେ ନିଜର ଡିନର କରିବାକୁ ଚେଷ୍ଟା କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.