ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେବେ ରାଇରଙ୍ଗପୁର ଛାତ୍ର ପ୍ରଭଞ୍ଜନ ମଣ୍ଡଳ, ଜାତୀୟ ସେବା ଯୋଜନା ଦିବସରେ ଗ୍ରହଣ କରିବେ ପୁରସ୍କାର

ରାରଙ୍ଗପୁର: ମୟୁରଭଞ୍ଜ ପାଇଁ ଜାତୀୟ ସ୍ତରରେ ସମ୍ମାନ ଆଣିଛନ୍ତି ରାଇରଙ୍ଗପୁରର ଛାତ୍ର ପ୍ରଭଞ୍ଜନ ମଣ୍ଡଳ । ଚଳିତ ବର୍ଷ ଜାତୀୟ ସେବା ଯୋଜନାରେ (NSS) ସମ୍ମାନିତ ହେବା ପାଇଁ ମନୋନୀତ ହୋଇଛନ୍ତି ପ୍ରଭଞ୍ଜନ । ସେପ୍ଟେମ୍ବର ୨୪ ଅର୍ଥାତ ଜାତୀୟ ସେବା ଯୋଜନା ଦିବସରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ସ୍ତରର ପୁରସ୍କାର ଗ୍ରହଣ କରିବେ ପ୍ରଭଞ୍ଜନ।

ପ୍ରଭଞ୍ଜନ ଭୁବନେଶ୍ୱର ସ୍ଥିତ NSS କାର୍ଯ୍ୟାଳୟରେ ଭରଚୁଆଲ ମାଧ୍ୟମରେ ଜାତୀୟ ସେବା ଯୋଜନା ସମ୍ମାନରେ ସମ୍ମାନିତ ହେବେ । ୨୦୧୮-୧୯ ଶିକ୍ଷାବର୍ଷରେ ଜାତୀୟ ସ୍ତରରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାରର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ପ୍ରଶଂସନୀୟ ହୋଇ ପାରିଥିଲେ। ଏଭଳି ସଫଳତା ପାଇଁ ବିଭିନ୍ନ ମହୋଲରୁ ତାଙ୍କୁ ପ୍ରଶଂସା କରାଯାଇଛି ।

prabhanjanପ୍ରଭଞ୍ଜନ ଆଦିବାସୀ ଅଧ୍ଯୁଷିତ ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ବଡମୌଦା ଗ୍ରାମର ହୋଇଥିଲେ ମଧ୍ୟ ପଲ୍ଲୀ ଠାରୁ ଦିଲ୍ଲୀ ପହଂଚିବା ପଛରେ ତାଙ୍କର ନିଷ୍ଠା ଓ ଏକାଗ୍ରତା ଯୋଗୁ ସମ୍ଭବ ହୋଇଛି ।ସେ ସୀମାନ୍ତ ମହାବିଦ୍ୟାଳୟର ତୃତୀୟ ବର୍ଷ ପଦାର୍ଥ ବିଜ୍ଞାନ ଛାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.