ଏହି ଚାଷୀଙ୍କ ଭିଡିଓ ସେୟାର କରି ସେହୱାଗ ଦେଲେ ଜବରଦସ୍ତ ମେସେଜ, ଦେଖନ୍ତୁ ଥରେ ଏହି ଭିଡିଓ

ଟିମ ଇଣ୍ଡିୟାର ପୂର୍ବ କ୍ୟାପଟେନ ବୀରେନ୍ଦ୍ର ସେହୱାଗ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଆକ୍ଟିଭ ରହୁଥିବାର ଦେଖାଯାଉଛି । ଖୁବ ମଜାଦାର ଜୋକ୍ସ, ଭିଡିଓ ସେୟାର କରି ଦର୍ଶକ ମାନଙ୍କ ଭରପୁର ମନୋରଞ୍ଜନ କରୁଛନ୍ତି ସେହୱାଗ । ଏଥର କିନ୍ତୁ ବିରୁ ଜଣେ କ୍ଷେତରେ ଚାଷ କରୁଥିବା ଜଣେ କୃଷକଙ୍କ ଭିଡିଓ ସେୟାର କରିଛନ୍ତି । ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଚାଷୀ ଜଣଙ୍କ କ୍ଷେତରେ ଚାଷ କରୁଥିବା ସମୟରେ ଖୁବ ମଜାର ସହ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ନିଜ ଜମିରେ ପାଣି ଦେଉଥିବା ସମୟରେ ବ୍ୟାକଗ୍ରାଉଣ୍ଡରେ ଏକ ଗୀତ ଲଗାଇଛନ୍ତି | ଆଉ ଏହି ଗୀତର ତାଳେ ତାଳେ ଝୁମି ଉଠୁଛନ୍ତି ଚାଷୀ ଜଣଙ୍କ । ଯେବେକି ପାଖଆଖରେ ଛିଡା ହୋଇଥିବା ଲୋକେ ଏହି ଦୃଶ୍ୟର ଖୁବ ମଜା ନେଉଛନ୍ତି ।

ଚାଷୀଙ୍କୁ ଏତେ ଖୁସି ଥିବାର ଦେଖି ନିଜେ ସେହୱାଗ ବି ପ୍ରଫୁଲ୍ଲିତ ହୋଇ ଯାଇଛନ୍ତି । କିନ୍ତୁ ଏହାକୁ ସେୟାର କରିବା ପଛରେ ସେହୱାଗଙ୍କର ଏକ ବିଶେଷ ଉଦ୍ଦେଶ୍ୟ ରହିଛି । ଏହା ମାଧ୍ୟମରେ ଜନସାଧାରଣଙ୍କୁ ଏକ ଶିକ୍ଷଣୀୟ ବାର୍ତ୍ତା ଟିଏ ଦେବାକୁ ଚେଷ୍ଟା କରିଛନ୍ତି । ନିଜ କ୍ୟାପ୍ସନରେ ସେ ଲେଖିଛନ୍ତିକି, ଗାଁ ର ଏହି ସରଳ ଚାଷୀ ଜଣଙ୍କ ନିଜର ଏହି କାମ ଜରିଆରେ ଏକ ବଡ ଶିକ୍ଷା ଦେଇଛନ୍ତି । ଯିଏ ଯେତେବେଳେ ଯେଉଁ କାମ କରୁଛନ୍ତି ତାହାକୁ ମନଖୁସିରେ କରିବା ଉଚିତ । ସେହୱାଗ ଆହୁରି ମଧ୍ୟ ଲେଖିଛନ୍ତିକି, “ଟିକେ ଧ୍ୟାନର ସହ ଦେଖନ୍ତୁ ତ ଚାଷୀ ଜଣଙ୍କ ଚାଷ ଜମିରେ କେତେ ମନ ଖୁସିରେ ନିଜ କାମ କରୁଛନ୍ତି” । ସେହୱାଗ ଏହି ଭିଡିଓ ଟିକୁ ମଙ୍ଗଳବାର ସକାଳେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିବା ବେଳେ ମାତ୍ର ୨୪ ଘଣ୍ଟା ଭିତରେ ଏହାକୁ ୪୪ ହଜାରରୁ ଅଧିକ ଜଣ ଦେଖିସାରିଲେଣି । ୫ ହଜାରରୁ ଅଧିକ ଲାଇକ ମିଳିବା ସହ ୪୦୦ ରୁ ଅଧିକ ଥର ରିଟ୍ୱିଟ ମଧ୍ୟ କରା ଯାଇସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.