Below header

ପ୍ରେମ, ପ୍ରତାରଣା, ପୀଡା ଏବଂ ଘୃଣାର ଐତିହାସିକ କାହାଣୀ . . . ଖୁବ୍ ଜବରଦସ୍ତ ହୋଇଛି କରଣଙ୍କ ‘କଲଙ୍କ’ର ଟ୍ରେଲର

ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ କଲଙ୍କର ଟ୍ରେଲର । କରଣ ଯୋହର ଟୁଇଟ୍ କରି ଏନେଇ ଦେଇଛନ୍ତି ସୂଚନା । ଏହି ମଲଟିଷ୍ଟାରର ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ବରୁଣ ଧୱନ, ଆଲିୟା ଭଟ୍ଟ, ସଂଜୟ ଦତ୍ତ, ମାଧୁରୀ ଦିକ୍ଷୀତ, ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ରୟ କପୁର । ଏହି ଫିଲ୍ମର ସବୁଠାରୁ ବଡ଼ ଆକର୍ଷଣ ହେଉଛି ସଂଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷୀତଙ୍କ ଯୋଡି ।

୧୯୪୫ ମସିହା ସମୟର କାହାଣୀ ହେଉଛି କଲଙ୍କ । ଏହି ସମୟରେ ନିଜ ମାନ ସମ୍ମାନ ପାଇଁ ଯୁଦ୍ଧ ବି ହୋଇଛି ଆଉ ଅମର ପ୍ରେମ ବି । ଏହି କଲଙ୍କ ସେହି ପ୍ରେମ,ଲାଳସା ଏବଂ ଅହଙ୍କାରରେ ଜଳୁଥିବା ଦୀପର ଏକ ଉଜ୍ଜଳ କାହାଣୀ । ଫିଲ୍ମର କାହାଣୀ ରାଜା ରାଜୁଡା ଏବଂ ତାଙ୍କ ସାମ୍ରାଜ୍ୟ ଉପରେ ଆଧାରିତ । ଆଉ କରଣ ଯୋହର ସେହି ଭବ୍ୟତାକୁ ପୋଷାକ ପିନ୍ଧାଇଛନ୍ତି ।

ଏହା ସହ ପଢନ୍ତୁ ଉର୍ବଶୀଙ୍କ ଶରୀରକୁ ଏମିତି ଛୁଇଁଲେ ବୋନି କପୁର ଯେ, ବ୍ଲାଷ୍ଟ ହେଉଛି ସୋସିଆଲ୍ ମିଡିଆ

kalank trailer ଆଲିୟା ଭଟ୍ଟଙ୍କ ଡାଏଲଗରୁ ଆରମ୍ଭ ହୋଇଛି ଫିଲ୍ମର ଟ୍ରେଲର୍ । ଯେଉଁଥିରେ ସେ କହୁଛନ୍ତି,ମୁଁ ରାଗରେ ନେଇଥିବା ଗୋଟିଏ ନିଷ୍ପତ୍ତି ପାଇଁ ଆମ ସମସ୍ତଙ୍କ ଜୀବନ ନଷ୍ଟ ହୋଇଗଲା । ଏହିଠାରୁ ହିଁ ପ୍ରେମ ଏବଂ ପ୍ରତିଶୋଧର କାହାଣୀ ଆରମ୍ଭ ହେଉଛି । ଆଲିୟା ପ୍ରେମ ବରୁଣଙ୍କୁ କରୁଛନ୍ତି କିନ୍ତୁ ବିବାହ ଆଦିତ୍ୟ ରୟ କପୁରଙ୍କୁ । ବିବାହିତ ଆଦିତ୍ୟଙ୍କୁ ବିବାହ କରିବା ପରେ ମଧ୍ୟ ବରୁଣଙ୍କୁ ପ୍ରେମ କରୁଛନ୍ତି ଆଦିତ୍ୟ । ତେବେ ଫିଲ୍ମର କ୍ଲାଇମାକ୍ସରେ ଜଣାପଡିବ ଶେଷରେ କାହାର ହେଉଛନ୍ତି ଆଲିୟା ।

kalank trailerଟ୍ରେଲର୍ ଦେଖି ସ୍ପଷ୍ଟ ଜଣାପଡୁଛି ଯେ କରଣ ଯୋହରଙ୍କ ପ୍ରଡକ୍ସନର ଏହା ଏକ ଜବରଦସ୍ତ ଫିଲ୍ମ ସାବ୍ୟସ୍ତ ହୋଇପାରେ । ଫିଲ୍ମର ସେଟ୍ ଖୁବ୍ ଭବ୍ୟ ଏବଂ ସୁନ୍ଦର ହୋଇଛି । ପ୍ରାୟ ୧୫ ବର୍ଷ ପୂର୍ବେ ଏହି କାହାଣୀର ପରିକଳ୍ପନା କରିଥିଲେ କରଣ ବାପା ୟଶ୍ ଯୋହର । ଯାହାକୁ ଏବେ ଫିଲ୍ମର ରୂପ ଦେଇଛନ୍ତି କରଣ ।

ତେବେ ପ୍ରାୟ ୨୦ ବର୍ଷ ପରେ ଏକାଠି ନଜର ଆସିଛନ୍ତି ମାଧୁରୀ ଏବଂ ସଂଜୟ । ଫିଲ୍ମରେ ଷ୍ଟାରମାନଙ୍କ ଭିଡରେ କିଆରା ଆଡଭାଣୀ ଏବଂ କୁନାଲ୍ ଖେମୁ ମଧ୍ୟ ଅଛନ୍ତି । ୧୭ ଏପ୍ରିଲରେ ରିଲିଜ୍ ହେବ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ।

ଦେଖନ୍ତୁ ଟ୍ରେଲର :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.