Below header

ଲଞ୍ଚ ହେଲା ନମୋ ଟିଭି, ଆରମ୍ଭ ହେଲା ବିବାଦ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଜବାବ ମାଗିଛନ୍ତି ନିର୍ବାଚନ କମିଶନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଧିକ୍ରୁତ ଚ୍ୟାନେଲ ନାମୋ ନିକଟରେ ଡିଟୁଏଚରେ ପ୍ରସାରିତ ହୋଇଛି। ପ୍ରସାରଣ ସହ ଏନେଇ ଆରମ୍ଭ ହୋଇଛି ବିବାଦ। ନମୋ ଚ୍ୟାନେଲର ପ୍ରସାରଣ ନେଇ ନିର୍ବାଚନ କମିଶନ, ସୁଚନା ଏବଂ ପ୍ରସାରଣ ମନ୍ତ୍ରାଳୟଙ୍କୁ ରିପୋର୍ଟ ମାଗିଛନ୍ତି। ଏବଂ କହିଛନ୍ତି ଲୋକସଭା ନିର୍ବାଚନର ଠିକ୍ କିଛି ଦିନ ପୂର୍ବରୁ କିପରି ହଠାତ୍ ଏପରି ଏକ ଚ୍ୟାନେଲ ଲଞ୍ଚ ହୋଇଗଲା। ଏହାଛଡ଼ା ଏନେଇ ନିର୍ବାଚନ ଆୟୋଗ ଦୂରଦର୍ଶନରୁ ମଧ୍ୟ ଉତ୍ତର ମାଗିଛନ୍ତି। ନମୋ ଟିଭିରେ ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଓ ବିଜେପିର ଖୁବ ଯୋରସୋରରେ ପ୍ରଚାର କରାଯାଉଛି ।

namo r

 

୩୧ ମାର୍ଚ୍ଚରେ ଲଞ୍ଚ ହୋଇଥିବା ନମୋ ଚ୍ୟାନେଲର ମାଲିକ ବିଷୟରେ ବର୍ତ୍ତମାନ ପର‌୍ୟ୍ୟନ୍ତ କୌଣସି ସୂଚନା ମିଳିନାହିଁ। ତେବେ ଏଥିରେ ନରେନ୍ଦ୍ର ମୋଦିଙ୍କ ଆପରୁ ଆରମ୍ଭ କରି ବିଜେପି ସମ୍ବନ୍ଧୀୟ ବିଭିନ୍ନ ସୂଚନା ପ୍ରଦାନ କରାଯିବା ସହ ତାହାର ବିଜ୍ଞାପନ କରାଯାଉଛି।


ଅଭିଯୋଗ ପରେ ଇଡି ଏନେଇ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ନମୋ ଟିଭି ଏକ ଚ୍ୟାନେଲ ନୁହଁ ବରଂ ଏଥିରେ କେବଳ ବିଜ୍ଞାପନ ଦେଖା ଦେଇଥାଏ। ଆମେ କେବଳ ଚ୍ୟାନେଲ ଗୁଡିକୁ ହିଁ ଲାଇସେନ୍ସ ଦେଇଥାଉ। ତେବେ ବିଜେପିର ନମୋ ଆପ୍ ପ୍ରସାରଣ ପରେ ବିଭିନ୍ନ ପାର୍ଟି ତରଫରୁ ଅଭିଯୋଗ ଆସିଛି। ସମସ୍ତ ବିପକ୍ଷ ପାର୍ଟି ଏଥିପାଇଁ ଆଦର୍ଶ ଆଚର ସଂହତି ପରେ କିପରି ଏକ ପାର୍ଟି ଚ୍ୟାନେଲ ଖୋଲି ପାରୁଛି ନେଇ ପ୍ରଶ୍ନ ଉଠାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.