Below header

ନିର୍ବାଚନ କମିଶନ୍‌ କଠୋର ହେଲେ ଯାଇ ଅନେକ ବେଆଇନ୍‌ କାମ ଠପ୍‌ ହୋଇଯାଆନ୍ତା

ନିର୍ବାଚନକୁ ଅବାଧ, ଶୃଙ୍ଖଳିତ ଓ ସୁରକ୍ଷିତ କରିବା ଲାଗି ନିର୍ବାଚନ କମିଶନ୍‌ ଅନେକ ପଦକ୍ଷେପ ନେଇଛନ୍ତି । ଠିକ୍‌ ଭାବର କାମ ହେଛି କି ନାହିଁ ତାକୁ ଦେଖିବାକୁ ମଧ୍ୟ ଅଧିକାରୀମାନେ ରହିଛନ୍ତି । ହେଲେ ପ୍ରକୃତ ପକ୍ଷେ ପ୍ରତ୍ୟେକ ରାଜନୈତିକ ଦଳ କଣ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ମାନୁଛନ୍ତି ? ଏକଥା ଆମେ କଣ କୌଣସି ସାଧାରଣ ଲୋକ କିମ୍ବା ରାଜନୈତିକ ଦଳର ବରିଷ୍ଠ ନେତା ବି କହି ପାରିବେ ନାହିଁ । କାରଣ ବସ୍ତବ କଥା ହେଉଛି କେତେକ ନିୟମକୁ କେହ ଆଦୌ ମାନୁ ନାହାନ୍ତି ତ ଆଉ କେହି ବେଳେ ଭାଙ୍ଗୁଛନ୍ତି କାରଣ ନିର୍ବାଚନ କମିଶନ୍‌ ସବୁଗୁଡ଼ିକ ଉପରେ ନଜର ପକାଇବା ଏବଂ ତ୍ରୁଟି ଧରିବା ସମ୍ଭବ ହେଉନାହିଁ । ା ଦେଶର ସ୍ୱାର୍ଥ କଥା କହି ନିୟମ ସମ୍ପର୍କରେ ବଡ଼ ଭାଷଣବାଜି କରୁଥିବା ନେତା ନିଜେ ହିଁ ଆଚରଣବିଧି ଭାଙ୍ଗୁଛନ୍ତି ।

ECଠିକ୍‌ ଯେମିତି ପ୍ରତ୍ୟେକ ରାଜନୈତିକ ଦଳ ନିଜ ପାଇଁ ବେଶ୍‌ କିଛି ଆଦର୍ଶାବଳି ବା ନିୟମ କାନୁନ ତିଆରି କରିଛନ୍ତି । ଜଣେ ସାଧାରଣ ଲୋକ ଲିଫଲେଟ୍‌ରେ ସେହିସବୁ ଆଦର୍ଶକୁ ପଢ଼ିଲେ ଏକଦମ ତାଙ୍କରି ହୋଇଯିବାକୁ ଇଚ୍ଛା କରିବ । ହେଲେ ବାସ୍ତବ କ୍ଷେତ୍ରରେ ସେ ସବୁ ପାଳନ କରାଯାଏ ନାହିଁ । ତେଣୁ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଇଲେକଟ୍ରୋନିକ୍ସ ଗଣ ମାଧ୍ୟମ ହେଉକି ପ୍ରିଣ୍ଟ, ରାସ୍ତା ଘାଟ ହେଉକି ସରକାରୀ କାର୍ଯ୍ୟାଳୟ, ସବୁଠାରେ ଆଚରଣବିଧି ଉଲ୍ଲଙ୍ଘନ ହେଉଛି ଓ ହେଉଥିବ ।ନିଜ ଉପରେ ନିଜେ କଟକଣା ନଲଗାଇବା ଯାଏ କେହି କିଛି କରି ପାରିବେ ନାହିଁ କି ରୋକି ପାରିବେ ନାହିଁ । ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦିନ ଦ୍ୱପହରରେ ଚାଲିବ ସବୁ ବେଆଇନ୍‌ କାମ । ଅବଶ୍ୟ ଟିକେ କଠୋର ହେଲେ କମିଶନ୍‌ ବହୁତ କିଛି କରି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.